ଅଣସରରେ ଶ୍ରୀଜିଉ, ଦର୍ଶନ କରନ୍ତୁ ଅଲାରନାଥଙ୍କ ମଙ୍ଗଳ ଆଳତି - Mangala alati of Lord Alaranath

By ETV Bharat Odisha Team

Published : Jun 27, 2024, 7:10 AM IST

thumbnail
ALARNATH TEMPLE (ETV BHARAT ODISHA)

Mangala alati of Lord Alaranath: ପୁରୀ: ଅଣସର ଘରେ ମହାପ୍ରଭୁ  । ଜ୍ୱରରେ ପୀଡିତ ହୋଇ ରବିବାର ଠାରୁ ଆରମ୍ଭ ହୋଇଥିବା ଗୁପ୍ତଚର ଉପଚାର ନୀତି ଜାରି ରହିଛି । ଆଜି ଶ୍ରୀଜିଉଙ୍କ ଅଣସରର  ପଞ୍ଚମ ଦିନ ହୋଇଥିବା ବେଳେ ଜଗମୋହନରେ ପଟିଦିଆଁ ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ । ମହାପ୍ରଭୁ ଅଣସରରେ ଥିବାରୁ ପୁରୀ ବ୍ରହ୍ମଗିରିରେ ଅବସ୍ଥିତ ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଆଶିର୍ବାଦ ମିଳିଥାଏ । ଏଥିପାଇଁ ପ୍ରଭୁ ଅଣସର ଘରେ ଥିବା ବେଳେ ବ୍ରହ୍ମଗିରିର ପ୍ରଭୁ ଅଲାରନାଥଙ୍କ ପୀଠ ଚଳଚଞ୍ଚଳ ହୋଇଉଠେ । ହଜାର ହଜାର ଭକ୍ତ ପ୍ରତିଦିନ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ସକାଳୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେଇଥିବା ବେଳେ ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ।  ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.