ଅଣସରରେ ମହାବାହୁ, ଦର୍ଶନ କରନ୍ତୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି - alarnath alati

By ETV Bharat Odisha Team

Published : Jun 23, 2024, 7:20 AM IST

thumbnail
ALARNATH ALATI (ETV BHARAT ODISHA)

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତ ଉପଚାର ପାଇଁ ବିଜେ ହୋଇଛନ୍ତି ମହାପ୍ରଭୁ । ଆଜିଠୁ ଆରମ୍ଭ ହେବ ଗୁପ୍ତଚର ନୀତି । ମହାପ୍ରଭୁ ଅଣସରରେ ଥିବାରୁ ପୁରୀ ବ୍ରହ୍ମଗିରି ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଜମିଛି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ,  ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଆଶିର୍ବାଦ ମିଳିଥାଏ । ଏଥି ପାଇଁ ବ୍ରହ୍ମଗିରିର ପ୍ରଭୁ ଅଲାର ନାଥଙ୍କ ପୀଠ ଚଳଚଞ୍ଚଳ। ଶହଶହ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରୁଛନ୍ତି। ସକାଳୁ  ଅଲାର ନାଥଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହେଇଥିବା ବେଳେ  ଭକ୍ତ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି । ସେପଟେ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜ୍ବରରେ ପୀଡିତ ମହାବାହୁଙ୍କ ଆରମ୍ଭ ହେବ ଉପଚାର । ଶ୍ରୀଅଙ୍ଗ ଲାଗି ଗୁପ୍ତସେବା କରିବେ ସେବକ ଦଇତାପତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.