ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Lord Jagannath Mangala alati

By ETV Bharat Odisha Team

Published : Aug 2, 2024, 7:17 AM IST

thumbnail
Lord Jagannath Mangala Alati ritual (ETV Bharat Odisha)

Lord Jagannath Mangala Alati ritual: ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ । ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବିରାଜମାନ ହୋଇ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା । ପ୍ରଭୁ କାଳିଆସାଆନ୍ତେଙ୍କ ମହିମା ଅପାର । ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଜଗନ୍ନାଥ। ତାଙ୍କରି ଦର୍ଶନ ପାଇଁ କାଇଁ କେତେ ଦୂରରୁ ଦେଶ ବିଦେଶରୁ ଛୁଟି ଆସନ୍ତି ଭକ୍ତ  । ଶ୍ରୀମନ୍ଦିରରେ ପ୍ରତିଦିନ ଅତି ନିଷ୍ଠାର ସହ ବିଭିନ୍ନ ନୀତିକାନ୍ତି କରାଯାଇଥାନ୍ତି  । ପ୍ରତିଦିନ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ପ୍ରଥମେ ହୋଇଥାଏ ମଙ୍ଗଳ ଆଳତି । ପ୍ରତିଦିନ ପରି ଆଜି ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ସେବାୟତଙ୍କ ଦ୍ୱାରା ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି କରାଯାଇଛି । ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ଭକ୍ତିମୟ ହୋଇଉଠିଛି ମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶ୍ବାସ ରହିଛି ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିରରେ ପ୍ରଚଳିତ ନୀତିମାନଙ୍କ ମଧ୍ୟରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ମଙ୍ଗଳ ଆଳତି ନୀତି କରାଯାଏ  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.