ଘଷିପୁରାରେ ଫିଲ୍ମ ଷ୍ଟାଇଲରେ ଲୁଟ, ବନ୍ଧୁକ ମୁନରେ ନେଇଗଲେ ସୁନାଗହଣା - Loot in Kendujhar

By ETV Bharat Odisha Team

Published : Jul 13, 2024, 4:35 PM IST

thumbnail
ଘଷିପୁରାରେ ମାତିଲେ ଲୁଟେରା, ବନ୍ଧୁକ ମୁନରେ ଦମ୍ପତିଙ୍କଠୁ ଲୁଟ୍‌ (ETV Bharat Odisha)

କେନ୍ଦୁଝର: ଜିଲ୍ଲାରେ ମାତିଲେ ଲୁଟେରା ଗ୍ୟାଙ୍ଗ । ଦିବାଲୋକରେ ବନ୍ଧୁକ ମୁନରେ କଲେ ଲୁଟ୍‌ । ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ ସୁନାଗହଣା । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଲୁଟର ଶିକାର ହୋଇଛନ୍ତି ଏକ ଦମ୍ପତି । ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ବାରିଗାଁ ବାସୁଳି ଛକ ଠାରେ ଘଟିଛି ଏପରି ଘଟଣା । 

ଏହା ବି ପଢନ୍ତୁ-  ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟ, ଅସହାୟ ଅବସ୍ଥାରେ ଉଦ୍ଧାର କଲା ପ୍ରଶାସନ

ଆଜି ଏକ ବାଇକରେ ମଲ୍ଲିପଶିରୁ ଫେରି କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମକୁ ନିଜ କୁନି ଝିଅ ସହ ଯାଉଥିଲେ ଏକ ଦମ୍ପତି । ଝିଅକୁ ନେଇ ବାଇକରେ ଯାଉଥିବା ବେଳେ ହଠାତ ଅନ୍ୟ ଏକ ବାଇକରେ ଆସି ୩ଜଣ ଦୁର୍ବୃତ୍ତ ପ୍ରଥମେ ଗାଡ଼ିକୁ ଅଟକାଇ ଚାବି ନେଇ ଯାଇଥିଲେ । ଏହା ସହ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ସୁନା ଦେବାପାଇଁ କହିଥିଲେ । ଏହାକୁ ବାରଣ କରିବାରୁ ସ୍ବାମୀକୁ ଛୁରାମାଡ ଓ ଫାଙ୍କା ୩ ରାଉଣ୍ଡ ଗୁଳି ଫୁଟାଇ ସ୍ତ୍ରୀ ଠାରୁ ସୁନାଗହଣା ନେଇ ଯାଇଥିଲେ । ବିଚ ରାସ୍ତା ଉପରେ ଏହି ଘଟଣା ଘଟିବା ବେଳେ କିଛି ସ୍ଥାନୀୟ ଲୋକେ ପ୍ରତିବାଦ କରିବାକୁ ଆସିଥିଲେ । ଏହାକୁ ଦେଖି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଖବର ପାଇ ଘଷିପୁରା ପୋଲିସ ଆସି ଗୁରୁତରଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.