୨୦୨୪ ନିର୍ବାଚନର ଏକଜିଟ ପୋଲକୁ ନେଇ ଚର୍ଚ୍ଚା, ଗଞ୍ଜାମ ଜିଲ୍ଲାର ଫଳାଫଳକୁ ନେଇ ବଢୁଛି ଉତ୍କଣ୍ଠା - Reaction After ExitPolls - REACTION AFTER EXITPOLLS

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 2, 2024, 9:49 PM IST

Political Reaction And Analysis After ExitPolls: ବ୍ରହ୍ମପୁର: ଦେଶ ତଥା ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନର ମତଦାନ ଶେଷ ପରେ ବିଭିନ୍ନ ଜାତୀୟ ସ୍ତରୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବୁଥ ବାହୁଡା ବ୍ୟକ୍ତିବିଶେଷଙ୍କ ମତାମତକୁ ନେଇ ପ୍ରକାଶ ପାଇଛି ଏକଜିଟ୍ ପୋଲ ରିପୋର୍ଟ । ରାଜ୍ୟ ତଥା ଦେଶରେ ଏନ୍.ଡ଼ି.ଏ କୁ କେତେ ଆସନ ମିଳିବ ଏବଂ ଇଣ୍ଡିଆକୁ କେତେ ଆସନ୍ନ ମିଳିବ ତାହାକୁ ନେଇ ଏକାଧିକ ସଂସ୍ଥାର ଅନୁମାନ କରାଯାଇଛି । 

ଏଭଳି ସମୟରେ ରାଜ୍ୟରେ ଅନେକ ଗୁରୁତ୍ବ ବହନ କରୁଥିବା ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ଆସନ – ଆସିକା ଏବଂ ବ୍ରହ୍ମପୁର ଲୋକସଭାରେ କିଭଳି ରହିବ ଫଳାଫଳ ଏବଂ ଜିଲ୍ଲାର ୧୩ ଗୋଟି ବିଧାନସଭାରେ କିଭଳି ଏବଂ କେଉଁ କେଉଁ ଦଳ ମଧ୍ୟରେ ରହିଥିଲା କଡା ଟକ୍କର ତାକୁ ନେଇ ଚର୍ଚ୍ଚା ହେଉଛି ।  

ଏହା ମଧ୍ୟ ପଢନ୍ତୁ ... ସରିଲା ଗଣତନ୍ତ୍ରର ମହାପର୍ବ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମତଦାନ ହାର ଅଧିକ: ମୁଖ୍ୟ ନିର୍ବାଚନ ଅଧିକାରୀ - CEO ODISHA PRESS MEET

ଗତ ୨୦୧୯ ନିର୍ବାଚନର ଫଳାଫଳରେ ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ଆସନକୁ ବିଜୁ ଜନତା ଦଳ ଅକ୍ତିଆର କରିଥିବା ବେଳେ ବିଧାନସଭାର ଫଳାଫଳକୁ ଦେଖିଲେ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ଆସନ ମଧ୍ୟରୁ କେବଳ ସାନଖେମୁଣ୍ଡି ଆସନ କଂଗ୍ରେସ ଦଳ ଅକ୍ତିଆର କରିଥିବା ବେଳେ ଅନ୍ୟ ୧୨ଟି ଆସନ ବିଜେଡି ହାତକୁ ଯାଇଥିଲା । ହେଲେ ଚଳିତଥର ଏହବି ସମସ୍ତ ଆସନରେ କିଭଳି ରହିବ ଉଭୟ ଦଳର ଫାଇଟ୍ ତାକୁ ନେଇ ଉତ୍ସୁକତା ବଢିଯାଇଛି । 

ପୁରାତନ ଗଡରେ କଂଗ୍ରେସ କେତେ ଆସନ ଅକ୍ତିଆର କରିବାରେ ସକ୍ଷମ ହେବେ । ସେପଟେ ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଥିବା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଏବଂ ମୋହନା ଆସନରେ ପୁଣି ରିପିଟ ହେବ ନା ନୂଆଁ ମୁହଁ ଆସିବାର ସମ୍ଭାବନା ରହିଛି । ଏ ନେଇ ବରିଷ୍ଠ ସାମ୍ବାଦିକ, ରାଜନୈତିକ ସମୀକ୍ଷକ ଏବଂ ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା କରିଛନ୍ତି ଇଟିଭି ଭାରତର ସମ୍ବାଦଦାତା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.