thumbnail

By ETV Bharat Odisha Team

Published : May 20, 2024, 5:51 PM IST

ETV Bharat / Videos

ଲୋକସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ଭୋଟିଂ; ମୁମ୍ୱାଇରେ ଭୋଟ ଦେଲେ ଶାହାରୁଖ-ଆମୀର - ShahRukh And Aamir Cast Vote

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ୨୦୨୪ ପଞ୍ଚମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଭୋଟ ଦେଉଛି ବଲିଉଡ । ଅନେକ ତାରକା ଆଜି ନିଜ ପରିବାର ସହ ମତସାବ୍ୟସ୍ତ କରିଛନ୍ତି । ଏହି ସମୟରେ ବାଦ ପଡିନାହାନ୍ତି ବଲିଉଡର ୩ ଖାନ ଶାହାରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନ । ଶାହାରୁଖ ଖାନ ନିଜ ପରିବାର ସହ ମୁମ୍ୱାଇର ଏକ ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ କିଙ୍ଗ ଖାନଙ୍କ ସହ ପତ୍ନୀ ଗୌରୀ ଖାନ, ଝିଅ ସୁହାନା ଏବଂ ପୁଅ ଆର୍ଯ୍ୟନ ଖାନଙ୍କ ସହ ନଜର ଆସିଛନ୍ତି ।  ସେହିପରି ଆମୀର ଖାନ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ଭୋଟ ଦେଇଛନ୍ତି । ଏ ହି ସମୟରେ ଆମୀର ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେବା କେତେ ମହତ୍ୱପୂର୍ଣ୍ଣ । ମୁଁ କେବଳ ଲୋକଙ୍କୁ ବାହାରକୁ ଆସି ଭୋଟ୍ ଦେବାକୁ ଅନୁରୋଧ କରୁଛି । ଏହା ଆମର କର୍ତ୍ତବ୍ୟ । ଆମେ ଆମର ଭୋଟ୍ ନଷ୍ଟ କରିବା ନାହିଁ । ସେପଟେ ସଲମାନ ଖାନଙ୍କ ବାପା ସଲିମ ଏବଂ ମାଆ ମଧ୍ୟ ମୁମ୍ବାଇର ଏକ ବୁଥରେ ମତଦାନ କରିଛନ୍ତି । ଅନ୍ୟପଟେ ଗୋବିନ୍ଦା, ଧର୍ମେନ୍ଦ୍ର ପ୍ରଧାନ, ଅନୀଲ କପୁର ଏବଂ ସୁନୀଲ ଶେଟ୍ଟୀଙ୍କ ସମେତ ଅନେକ ତାରକା ମଧ୍ୟ ମତଦାନ କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ମହାରାଷ୍ଟ୍ରରେ ମତଦାନ ଜାରି; ଭୋଟ ଦେଲେ ଦୀପଭୀର-ହ୍ରିତିକ 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.