ETV Bharat / entertainment

ବିଶ୍ୱ ବଲିଉଡ ଦିବସ; 'ସ୍ତ୍ରୀ 2' ରୁ 'କଲ୍କି' ଯାଏଁ...2024ରେ ଧମାକା କରିଛି ଏହି ଫିଲ୍ମ, କଲେକ୍ସନରେ କିଏ ଆଗରେ? ଜାଣନ୍ତୁ - World Bollywood Day 2024

author img

By ETV Bharat Entertainment Team

Published : 3 hours ago

World Bollywood Day 2024: ପ୍ରତିବର୍ଷ 24 ସେପ୍ଟେମ୍ବରରେ ବିଶ୍ୱ ବଲିଉଡ ଦିବସ ପାଳନ କରାଯାଏ । ଏହି ଅବସରରେ, ଆମେ ଆପଣଙ୍କୁ ଏପରି କିଛି ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ ଯାହା ଚଳିତ ବର୍ଷ ବକ୍ସ ଅଫିସରେ ଭଲ ପ୍ରଦର୍ଶନ ସହ ଦମଦାର କଲେକ୍ସନ କରି ଅନେକ ରେକର୍ଡ ଭାଙ୍ଗିଛି । ଜାଣନ୍ତୁ ଫିଲ୍ମ ଗୁଡ଼ିକ ବିଷୟରେ,

ବିଶ୍ୱ ବଲିଉଡ ଦିବସ; 'ସ୍ତ୍ରୀ 2' ରୁ 'କଲ୍କି' ଯାଏଁ...2024ରେ ଧମାକା କରିଛି ଏହି ଫିଲ୍ମ, କଲେକ୍ସନରେ କିଏ ଆଗରେ? ଜାଣନ୍ତୁ
ବିଶ୍ୱ ବଲିଉଡ ଦିବସ; 'ସ୍ତ୍ରୀ 2' ରୁ 'କଲ୍କି' ଯାଏଁ...2024ରେ ଧମାକା କରିଛି ଏହି ଫିଲ୍ମ, କଲେକ୍ସନରେ କିଏ ଆଗରେ? ଜାଣନ୍ତୁ (Film posters)

ହାଇଦ୍ରାବାଦ: 24 ସେପ୍ଟେମ୍ବରରେ ବିଶ୍ୱ ବଲିଉଡ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭାରତୀୟ ସିନେମାର ସମୃଦ୍ଧ ଐତିହ୍ୟ ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିବା । ବଲିଉଡ ସିନେମା ପ୍ରତି ଭଲପାଇବା ଏବଂ ପ୍ରଶଂସିତ ପାଇଁ ଏହି ଦିନଟି ଉତ୍ସର୍ଗୀକୃତ, ଏହାକୁ ସାରା ବିଶ୍ୱରେ ବଲିଉଡ ପ୍ରଶଂସକମାନେ ପାଳନ କରନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ବଲିଉଡ ଫିଲ୍ମ ସାରା ଦେଶରେ ରାଜ୍ କରୁଥିବା ବେଳେ ଦୁନିଆରେ ବଲିଉଡର ଅନେକ ଫ୍ୟାନ୍ସ ରହିଛନ୍ତି । ଏଭଳି ସମୟରେ ଆମେ ଆପଣଙ୍କୁ ଚଳିତ ବର୍ଷର କିଛି ଶ୍ରେଷ୍ଠ ଚଳଚ୍ଚିତ୍ର ସହ ପରିଚିତ କରିବାକୁ ଯାଉଛୁ ଯାହା ବିଶ୍ୱ ବକ୍ସ ଅଫିସରେ ଧମାକା କରିବା ସହ ବିପୁଳ ରୋଜଗାର କରିଛି । ପ୍ରତିବର୍ଷ ବଲିଉଡରେ କିଛି ବା ଅନ୍ୟ ଚଳଚ୍ଚିତ୍ର ପ୍ରାଧାନ୍ୟ ବିସ୍ତାର କରିଥାଏ, କିନ୍ତୁ ଚଳିତ ବର୍ଷ ଅନେକ ସୁପରହିଟ୍ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା, ସେଥିମଧ୍ୟରୁ କିଛି ଦର୍ଶକଙ୍କ ମନ ଜିତିବା ସହ ବକ୍ସ ଅଫିସରେ ରୋଜଗାରର ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଏହି ବର୍ଷର କିଛି ଶ୍ରେଷ୍ଠ ଚଳଚ୍ଚିତ୍ର ବିଷୟରେ.....

ସ୍ତ୍ରୀ 2: ଚଳିତ ବର୍ଷ ତାଲିକାର ଶୀର୍ଷରେ ରହିଛି 'ସ୍ତ୍ରୀ 2' । ଯାହାକି ପ୍ରେକ୍ଷାଳୟରେ ରିଲିଜର ମାସେ ପରେ ବି ଚାଲିଛି । ଅଗଷ୍ଟ 15ରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜକୁ 40 ଦିନ ପୂରିଛି ଏବଂ ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି । ଶ୍ରଦ୍ଧା କପୁର, ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଭଳି ତାରକାଙ୍କ ଅଭିନୀତ ଏହି ହରର କମେଡି ଫିଲ୍ମ ବକ୍ସ ଅଫିସରେ ରୋଜଗାର ରେକର୍ଡ ମଧ୍ୟ ଭାଙ୍ଗିଛି । 'ସ୍ତ୍ରୀ 2' ସର୍ବାଧିକ ଆୟ କରିଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । 50କୋଟି ବଜେଟରେ ନିର୍ମିତ ଘରୋଇ ବକ୍ସ ଅଫିସରେ 600 କୋଟି ଟଙ୍କାରୁ ଅଧିକ ଆୟ କରି ଏହା ଏହି ରେକର୍ଡ ସୃଷ୍ଟି କରିଛି । ବିଶ୍ୱ ବ୍ୟାପୀ ରୋଜଗାର ବିଷୟରେ କହିବାକୁ ଗଲେ ଏହା ପ୍ରାୟ 815 କୋଟି ଟଙ୍କା ରୋଜଗାର କରିଛି ।

କଲ୍କି 2898 AD: ପ୍ରଭାସ, ଦୀପିକା ପାଦୁକୋନ୍ ଏବଂ ଅମିତାଭ ବଚ୍ଚନଙ୍କ ଫିଲ୍ମ 'କଲ୍କି 2898 AD' ବର୍ଷର ଅନ୍ୟତମ ସଫଳ ଚଳଚ୍ଚିତ୍ର ଅଟେ । ଏହା ତେଲୁଗୁରେ ନିର୍ମିତ ଏକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର କିନ୍ତୁ କଲ୍କି ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ସାରା ବିଶ୍ୱରେ ମୋଟ 1042.15 କୋଟି ଟଙ୍କା ଆୟ କରିଥିବାବେଳେ ଘରୋଇ ବକ୍ସ ଅଫିସରେ କଲ୍କି କଲେକ୍ସନ 774 କୋଟି ଅଟେ।

ଫାଇଟର: ଭାରତୀୟ ବାୟୁସେନା ଉପରେ ଆଧାରିତ 'ଫାଇଟର'ରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର (ଜାନୁଆରୀ 26) ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକଙ୍କୁ ଥିଏଟରକୁ ଆକର୍ଷିତ କରିବାରେ ସଫଳ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା । ଏହି ଚଳଚ୍ଚିତ୍ରଟି ବିଶ୍ୱରେ 337.2 କୋଟି ଟଙ୍କା ଏବଂ ଘରୋଇ କଲେକ୍ସନ 243 କୋଟି ଟଙ୍କା କରିଥିଲା । ହ୍ରିତିକ ଏବଂ ଦୀପିକାଙ୍କ ସହ ଅନିଲ କପୁର, କରଣ ସିଂ ଗ୍ରୋଭର, ଅକ୍ଷୟ ଓବରୋଇଙ୍କ ପରି କଳାକାରମାନେ ଏହି ଚଳଚ୍ଚିତ୍ରରେ କାମ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 39 ଦିନରେ ବି 'ସ୍ତ୍ରୀ 2' ଜଲୱା ଜାରି, 600 କୋଟି ପାର୍ କରି କଲା ନୂଆ ରେକର୍ଡ

ସୈତାନ: ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟୋତିକାଙ୍କ ପରି ଅଭିନେତାଙ୍କ ଅଭିନୀତ ହରର ଡ୍ରାମା ଚଳଚ୍ଚିତ୍ର 'ସୈତାନ' ମାର୍ଚ୍ଚ 2024 ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି 2023 ଗୁଜୁରାଟୀ ଚଳଚ୍ଚିତ୍ର ଭାଶ୍ ର ରିମେକ୍ ଅଟେ । ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହା ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । 60 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ସମୁଦାୟ 213.79 କୋଟି ଏବଂ ଘରୋଇ ବକ୍ସ ଅଫିସରେ 178 କୋଟି ରୋଜଗାର କରିଥିଲା ।​ ସେହିପରି ଶ୍ରୀକାନ୍ତ, ଚନ୍ଦୁ ଚାମ୍ପିଅନ୍, ଜୋରାମ, ମୈଦାନ, ସାମ ବାହାଦୂର, ଆର୍ଟିକିଲ 370 ଭଳି ହିନ୍ଦୀ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଧମାକା କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଓସ୍କାର 2025ରେ ଏଣ୍ଟ୍ରି କଲା 'ଲାପତା ଲେଡିଜ', ଏହି କାଟାଗୋରୀରେ ମନୋନୀତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.