କଟକରେ ନିଆରା ରାଲି, ନାହାନ୍ତି ପ୍ରାର୍ଥୀ ହେଲେ ପ୍ରଚାର କଲେ ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ - bjp campaign in cuttack

🎬 Watch Now: Feature Video

thumbnail

BJP CAMPAIGN IN CUTTACK:କଟକ: ବିଜେପିର ନିଆରା ରାଲି । ନାହାନ୍ତି ପ୍ରାର୍ଥୀ ହେଲେ ଶୋଭାଯାତ୍ରାରେ ପାଦ ପକାଇବା ପାଇଁ ଜାଗା ନାହିଁ । ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ରହି ଥିବାବେଳେ କଟକରେ ପ୍ରଚାର ଜୋରଦାର ରହିଛି । ସବୁଠି ମଙ୍ଗ ଧରୁଛନ୍ତି ପ୍ରାର୍ଥୀ ହେଲେ ଏଭଳି ନିଆରା ଡ଼ଙ୍ଗରେ ସମର୍ଥନ ସମସ୍ତଙ୍କୁ ଚକିତ କରିଛି । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ଡ଼ା ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ନାମ ଘୋଷଣା ହେବା ପରେ ନିଜର ପ୍ରଚାର ଜାରି ରଖିଛନ୍ତି ପୂର୍ଣ୍ଣ ଚନ୍ଦ୍ର । କିନ୍ତୁ ଆଜି ବିଜେପି ରାଲିରେ ପୂର୍ଣ୍ଣ ଚନ୍ଦ୍ର ନଥାଇ ମଧ୍ୟ ଏକ ବିଶାଳ ବାଇକ ରାଲି କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ଭ୍ରମଣ କରିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ରାଲିରେ ରହିଥିଲେ ଅବସର ପ୍ରାପ୍ତ ବରିଷ୍ଠ ଚିକିତ୍ସକ, ଫାର୍ମାସିଷ୍ଟ, ନର୍ସ, ଘରୋଇ ମେଡିକାଲ କର୍ମଚାରୀ ସମେତ ଅନେକ ବିଜେପି କର୍ମୀ । ଅସ୍ଥିଶଲ୍ୟ ବିଭାଗର ବରିଷ୍ଠ ଚିକିତ୍ସକ ଶକ୍ତି ପ୍ରସାଦ ଦାସଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାରବାଟୀ ନିର୍ବାଚନ ମଣ୍ଡଳୀରେ ଭୋଟ ଭିକ୍ଷା କରିଥିଲେ । 

ଦେଖିବାକୁ ଗଲେ ଡା ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ବିଗତ 30 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ଯୋଗାଇ ଆସୁଛନ୍ତି । ଏପରି କି ସେ ଏସିଆ ମହାଦେଶର ସେ ଜଣେ ଜଣାଶୁଣା ଚିକିତ୍ସକ । ତାଙ୍କର ଦୀର୍ଘ ଦିନର ସେବାକୁ ଆଧାର କରି ଆଜି ଏହି ରାଲିରେ ସାମିଲ ହୋଇଥିଲ କଟକ ସ୍ୱାସ୍ଥ୍ୟ ସେବାରେ ଜଡିତ ଥିବା ବରିଷ୍ଠ ଚିକିତ୍ସକ ଓ ମେଡିକାଲ କର୍ମଚାରୀ । ତେବେ ଏହି ରାଲିର ପ୍ରଭାବ ନିଶ୍ଚୟ ପଡିବ ଓ ଡା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଶ୍ଚୟ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ଚିକିତ୍ସକ ଡ଼ା ହର ପ୍ରସାଦ ପଟ୍ଟନାୟକ ।
ଏହା ମଧ୍ୟ ପଢନ୍ତୁ ......ଓଡିଶା ବିକାଶରେ ନଂ 1, ପୋଲ ଖୋଲିଲା ବିଜେପି - BJP Targets Bjd

ଇଟିଭି ଭାରତ,କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.