thumbnail

By ETV Bharat Odisha Team

Published : Jun 1, 2024, 5:08 PM IST

ETV Bharat / Videos

ଆଳିରେ ଭୋଟ ଦେଲେ ପ୍ରତାପ ଦେବ ଓ ଦେବସ୍ମିତା - Voting In Aul Constituency

Voting In Aul: କେନ୍ଦ୍ରାପଡ଼ା: ଆଳି ନିର୍ବାଚନ ମଣ୍ଡଳୀରେ ଆଳି ଓ ରାଜକନିକା ବ୍ଲକର 319 ଟି ବୁଥରେ ମତଦାନ ଚାଲିଛି । ଆଳି ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜ ବୁଥରେ ମତଦାନ କରିଛନ୍ତି  । ଦେମାଳ ପଞ୍ଚାୟତର ବିଏସଏମଇ ସ୍କୁଲ ପରିସରରେ 197 ନମ୍ବର ବୁଥରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ପତ୍ନୀ ଓ ପୁଅଙ୍କ ସହିତ ଆସି ମତଦାନ କରିଛନ୍ତି । ସେହିପରି 198 ନମ୍ବର ବୁଥରେ ଭୋଟ ଦେବା ପାଇଁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଆସିଥିଲେ। ତେବେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ପରବର୍ତ୍ତୀ ସମୟରେ ଭୋଟ ଦେଇଛନ୍ତି ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବାଲେଶ୍ୱରରେ ଭୋଟ ଦେଲେ ଦୁଇ ବିଧାୟକ ପ୍ରାର୍ଥୀ - BJD BJP MLA CANDIDATE CAST VOTE

ସେହିପରି କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମା ନିଆଳ ପଞ୍ଚାୟତର ସହଦେବ ନୋଡାଲ ହାଇସ୍କୁଲର 192 ନମ୍ବର ବୁଥରେ ତାଙ୍କ ବାପା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ମା'ଙ୍କ ସହିତ ଆସି ମତଦାନ କରିଛନ୍ତି । ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର କିଛି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । 

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.