thumbnail

By ETV Bharat Odisha Team

Published : May 10, 2024, 10:56 PM IST

ETV Bharat / Videos

ଘର ଘର ବୁଲି ଭୋଟ ମାଗୁଛନ୍ତି ପାଲଲହଡା କଂଗ୍ରେସ ପ୍ରାର୍ଥୀ ଫକୀର ମୋହନ - Odisha Assembly Election 2024

Pallahara Congress Campaigning: ଅନୁଗୋଳ: ଘର ଘର ବୁଲି ପ୍ରଚାର କରୁଛନ୍ତି ଅନୁଗୋଳ ଜିଲ୍ଲା ପାଲଲହଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ଫକୀର ମୋହନ ସାମଲ । ଏଥର କଂଗ୍ରେସ ଏଠାରେ ନୂତନ ପ୍ରାର୍ଥୀ ଦେଇଛି । ଫକୀର ମୋହନ ଦୀର୍ଘ ୪୨ ବର୍ଷ ହେଲା କଂଗ୍ରେସରେ ଅଛନ୍ତି । ସେ ବାୟୁସେନାରୁ ଚାକିରି ଛାଡି ସେତେବେଳେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି ଫକୀର । ତେଣୁ ପାଲଲହଡା ଅଞ୍ଚଳରେ ସେ ବେଶ ଜଣାଶୁଣା । ଆଡମ୍ବରରେ ପ୍ରଚାର କରିବା ଅପେକ୍ଷା ଘର ଘର ବୁଲି ଲୋକଙ୍କ ସହ ମିଶି ପ୍ରଚାର କରିବା ତାଙ୍କର ପସନ୍ଦ । ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କ ରଣନୀତି ବିଷୟରେ ଜାଣିବାକୁ ଆମେ ତାଙ୍କ ସହ ସାକ୍ଷାତ କରିଥିଲୁ । ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଯାଇ ଲୋକଙ୍କୁ ଭେଟୁଛନ୍ତି । କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ଖାଲି ସେତିକି ନୁହେଁ, ଯିଏ ଭଲ କାମ କରୁଛି ତାକୁ ଭୋଟ ଦେବକୁ ମଧ୍ୟ କହୁଛନ୍ତି । ତାଙ୍କୁ ଆମ ପ୍ରତିନିଧି ଭେଟିଥିବାବେଳେ ସେ ଅଞ୍ଚଳ ମୌଳିକ ସମସ୍ୟା କଥା କହିବା ସହ ଏ ଅଞ୍ଚଳର ବୁଡି ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ଜିତିଲେ ତାହା ସମାଧାନ କରିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟରଙ୍କ ବାରଣ୍ଡାରେ ବସି ପଖାଳ ଖାଇଲେ, ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - Odisha Assembly election

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.