thumbnail

By ETV Bharat Odisha Team

Published : May 25, 2024, 10:08 AM IST

ETV Bharat / Videos

କଟକରରେ 24 ନମ୍ବର ବୁଥରେ EVM ତ୍ରୁଟି, ମତଦାନ ସାମୟିକ ବାଧାପ୍ରାପ୍ତ - EVM problem in Cuttack

କଟକ: ଆଜି ଜାରି ରହିଛି ତୃତୀୟ ମତଦାନ ପ୍ରକ୍ରିୟା । ତେବେ କଟକ DAV ସ୍କୁଲରେ ହୋଇଥିବା ୨୪-ନମ୍ବର ବୁଥରେ ମତଦାନ ସାମୟିକ ବିଳମ୍ବ ହୋଇଛି । ‘ଇଭିଏମ’ରେ ତ୍ରୁଟି କାରଣରୁ ବିଳମ୍ବିତ ବାଧାପ୍ରାପ୍ତ ହୋଇଥିଲା । ଏହାକୁ ନେଇ ମତାଧିକାର ସାବ୍ୟସ୍ତ କରିବା ପାଇଁ ଧାଡିରେ ଭୋଟରମାନେ ଅସନ୍ତୋଷ ଜାହିର କରିଛନ୍ତି । ବୁଥ ଆଗରେ ଲମ୍ବା ଲାଇନରେ ଭୋଟରମାନେ ଠିଆ ହୋଇଛନ୍ତି । ମକ ପୋଲ ସତ୍ତ୍ୱେ କାହିଁକି ବିଳମ୍ବ ବୋଲି ପ୍ରଶ୍ନ କରିଛନ୍ତି ଭୋଟର । ତେବେ ଏନେଇ ପୋଲିଂ ଅଫିସର ମଧ୍ୟ ଇଭିଏମ ତ୍ରୁଟି ସ୍ୱୀକାର କରିବା ସହ ଏହା ଠିକ କରାଯାଇଥିବା ଓ ଭୋଟିଂ ସ୍ବାଭାବିକ ହୋଇଥିବା କହିଛନ୍ତି । ଆଜି ଦେଶରେ 6ଷ୍ଠ ଓ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ଭୋଟିଂ ଜାରି ରହିଛି । ଲୋକେ ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.