thumbnail

ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ବାଚନ ପ୍ରଚାର, ଦେଖନ୍ତୁ Live - Naveen Patnaik election campaign

By ETV Bharat Odisha Team

Published : May 9, 2024, 11:25 AM IST

Updated : May 9, 2024, 11:58 AM IST

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଉତ୍ସାହିତ ରହିଛନ୍ତି ଜିଲ୍ଲାବାସୀ । ଦିନିକିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ବିଜେଡି ସୁପ୍ରିମୋ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ବ୍ରହ୍ମପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି ଅଞ୍ଚଳରୁ ଅନେକ ଲୋକ ଏହି ସଭାରେ ଯୋଗ ଦେଇଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏମଏଲଏ ଏବଂ ଏମପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ଅପିଲ କରିଛନ୍ତି । ଏଥି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଚାର ସାରି ଅପରାହ୍ନ ଗୋଟାଏ ସୁଦ୍ଧା ଭୁବନେଶ୍ୱର ଫେରି ଆସିବେ । ୨୦୨୪ ନିର୍ବାଚନ ପାଇଁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।  ପ୍ରଥମେ କନିଷି ଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଦେଖନ୍ତୁ ଲାଇଭ...
Last Updated : May 9, 2024, 11:58 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.