ମାଲକାନଗିରିରେ ବିଜେପିର ବାଜିମାତ, ଚିତ୍ରକୋଣ୍ଡାରେ କଂଗ୍ରେସର ବିଜୟ - Lok Sabha Election Result 2024

By ETV Bharat Odisha Team

Published : Jun 5, 2024, 12:45 PM IST

thumbnail
Lok Sabha Election Result 2024 (ETV Bharat Odisha)

ମାଲକାନଗିରି: ଜିଲ୍ଲାରେ ଧରାଶାୟୀ ହୋଇଛି ବିଜେଡି । ଜିଲ୍ଲା ପୂର୍ବରୁ କଂଗ୍ରେସର ଗଡ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ବିଜେଡିର ଗଡ ହୋଇଥିଲା। ପରେ ମାଲକାନଗିରି ଜିଲ୍ଲାକୁ ବିଜେପି ନିଜର ଗଡ କରିଥିବା ବେଳେ ଚିତ୍ରକୋଣ୍ଡା କେତେବଳେ କଂଗ୍ରେସ ତ କେତେବେଳେ ବିଜେଡି ପ୍ରାର୍ଥୀ ବିଜୟୀ ହେଉଥିଲେ । ଚଳିତ ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ଆସନକୁ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଥିବା ବେଳେ ମାଲକାନଗିରି ବିଧାନସଭା ଆସନକୁ ବିଜେପିର ନରସିଂହ ମାଡକାମୀ ବିଜୟୀ ହୋଇଛନ୍ତି । ତେବେ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା । କଂଗ୍ରେସର ମଙ୍ଗୁ ଖିଲ ୫୫୫୫୦ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ଶିଶା ୪୬୩୯୧ଟି ଭୋଟ ପାଇଥିଲେ । ସେହିପରି ବିଜେଡିର ଲକ୍ଷ୍ମିପ୍ରିୟା ନାୟକ ୩୫,୧୪୩ଟି ଭୋଟ ପାଇଥିଲେ । ତବେ କଂଗ୍ରେସର ମଙ୍ଗୁ ଖିଲ ବିଜେପିର ଡମ୍ବରୁ ଶିଶାଙ୍କ ଠାରୁ ୯,୧୫୯ଟି ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ମାଲକାନଗିରି ବିଧାନସଭା ଆସନରେ ବିଜେପିର ନରସିଂହ ମାଡକାମୀ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଲା ମାଢିଙ୍କୁ ପରାସ୍ତ କରିଛନ୍ତି । ବିଜେପିର ନରସିଂହ ମାଡକାମୀ ୭୮,୪୧୯ଟି ଭୋଟ ପାଇଥିବା ବେଳେ କଂଗ୍ରେସର ମାଲା ମାଢି ୬୩,୭୨୨ଟି ଭୋଟ ପାଇଥିଲେ । ତେବେ ବିଜେଡିର ମାନସ ମାଡକାମୀ ୩୪,୫୧୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.