JE In Vigilance Net: ଭିଜିଲାନ୍ସ ଜାଲରେ କାଶୀପୁର କୋଟିପତି ଯନ୍ତ୍ରୀ, ଗିରଫ ପରେ କୋର୍ଟ ଚାଲାଣ - Kashipur JE Arrested

By ETV Bharat Odisha Team

Published : Sep 3, 2024, 11:25 AM IST

thumbnail
Kashipur JE In Vigilance Net and Arrested (ETV Bharat Odisha)

Kashipur JE In Vigilance Net and Arrested କୋରାପୁଟ : ବନ୍ଧା ହେଲେ କୋଟିପତି କନିଷ୍ଠ ଯନ୍ତ୍ରୀ । ଜୟପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସେ ଗିରଫ ହୋଇଛନ୍ତି । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ନାଁରେ ରହିଥିଲା ଲାଞ୍ଚ ନେବା ମାମଲା । ଭିଜିନାନ୍ସ ପକ୍ଷରୁ ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ରାଣୀଗୁଡା ଫାର୍ମ ନିକଟ ବାସଭବନରେ କ୍ଷେତ୍ର ମାଝିଙ୍କଠାରୁ 25 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ ଯନ୍ତ୍ରୀ । MGNRGA କାମର ବିଲ ପାସ କରାଇଦେବା ପାଇଁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ ।

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada

ଏହା ବି ପଢନ୍ତୁ...Vigilance raid; ତାଳଚେର ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଅଡୁଆରେ DDM ଧରଣୀଧର ନାୟକ, 9 ସ୍ଥାନରେ ଏକକାଳୀନ ଚଢାଉ, ମିଳିଲା ବଡ ବଡ କୋଠା

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ , ବ୍ଲକ ଶିକ୍ଷା ଅଧିକାରୀ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ଥିବା ବାହାନା କରିବା ପରେ ତାଙ୍କୁ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ଗତକାଲି (ସୋମବାର) ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଜୟପୁର ଦୁର୍ନୀତି ନିବାରଣ କାର୍ଯ୍ୟଳୟକୁ ଅଣାଯାଇ କୋର୍ଟ ଚାଲାଣ କରାଯାଇଛି । ତାଙ୍କଠାରୁ ପ୍ରାଥମିକ ତଦନ୍ତରେ ଟିକିରିରେ ଆବାସିକ କୋଠା (ଆନୁମାନିକ ମୂଲ୍ୟ 70 ଲକ୍ଷ ଟଙ୍କା), ରାୟଗଡା ଏବଂ ଟିକିରିରେ ଦୁଇଟି ପ୍ଲଟ ଏବଂ ବାସ ଭବନରୁ 15 ଲକ୍ଷ 5ହଜାର 900  ଟଙ୍କା ଜବତ ହୋଇଛି ।

ଇଟିଭି ଭାରତ, କୋରାପୁଟ

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, 5 ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ - RI Trapped by Vigilance

ଏହା ବି ପଢନ୍ତୁ...Vigilance Raid: ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ, ୬ଟି ସ୍ଥାନରେ ରେଡ୍

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.