thumbnail

ସୂକ୍ଷ୍ମ କଳାରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା - Greetings to BJP LEEADRS

By ETV Bharat Odisha Team

Published : Jun 13, 2024, 10:58 AM IST

GREETINGS TO BJP LEADRS: ଖୋର୍ଦ୍ଧା: ଦେଶ ତଥା ରାଜ୍ୟରେ ସରିଲା ନିର୍ବାଚନ । ଜନସାଧାରଣ ସେମାନଙ୍କ ପ୍ରିୟ ନେତାଙ୍କୁ ଭୋଟ ମାଧ୍ୟମରେ ଚୟନ କରିଛନ୍ତି । ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ସେହିପରି ଆନ୍ଧ୍ର ପ୍ରଦେଶରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚନ୍ଦ୍ରବାବୁ ନାୟିଡୁ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନୁରୂପ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ସୁକ୍ଷ୍ମ କଳାକୃତି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟବଜାର ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଏଲ ଈଶ୍ୱର ରାଓ । 

ଏହା ମଧ୍ୟ ପଢନ୍ତୁ .....ବାଲୁକାକଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା - GREETINGS TO MOHAN MAJHI

ଈଶ୍ୱର 750 ମିଲି କାଚ ବୋତଲ ଭିତରେ 7ଇଞ୍ଚ ଉଚ୍ଚ ଓ 3 ଇଞ୍ଚ ଚଉଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟିଡୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଫଟୋ ଚିତ୍ରକୁ ସୁନ୍ଦର ଭାବେ ପ୍ରସ୍ତୁତ କରି ଅଭିନନ୍ଦନ ଜଣାଇଛନ୍ତି । ଏହି କାମ କରିବା ପାଇଁ ଈଶ୍ୱରଙ୍କୁ 8 ଦିନ ସମୟ ଲାଗିଥିବା ବେଳେ ସେ ଏହି କଳାକୃତିରେ କାଚ, କାଗଜ ଓ କାଠି ବ୍ୟବହାର କରିଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.