ବିଧାନସଭାରେ ଭଜନ କୀର୍ତ୍ତନ କଲେ, ସେଇଠି ତକିଆ ପକାଇ ଶୋଇଲେ ବିଜେପି ବିଧାୟକ - BJP Sleep Protest

By ETV Bharat Odisha Team

Published : Jul 25, 2024, 9:04 AM IST

Updated : Jul 25, 2024, 9:31 AM IST

thumbnail
ବିଧାନସଭାରେ ଭଜନ କୀର୍ତ୍ତନ କଲେ, ସେଇଠି ତକିଆ ପକାଇ ଶୋଇଲେ ବିଜେପି ବିଧାୟକ (Karnataka BJP)

ବେଙ୍ଗାଲୁରୁ: ବିଧାନସଭା ଭିତରେ ବିଜେପି ବିଧାୟକମାନଙ୍କ ଅଜବ କାରନାମା  ।  ଝାଞ୍ଚ, ଗିନି ଧରି ଭଜନ କୀର୍ତ୍ତନ, ସେଇଠି ଖାଇଲେ ଓ ତକିଆ  ପକାଇ ସେହିଠାରେ ହିଁ ଶୋଇପଡିଲେ । ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି କର୍ଣ୍ଣାଟକ ବିଧାନସଭାରୁ  । କର୍ଣ୍ଣାଟକ MUDA ଦୁର୍ନୀତିକୁ ନେଇ ବିଜେପି ସଦସ୍ୟମାନେ ବୁଧବାର ରାତିରେ ବିଧାନସଭା ଭିତରେ ଏମିତି ନିଆରା ଢଙ୍ଗରେ ଆନ୍ଦୋଳନ କରିଛନ୍ତି  । ସେମାନେ ଏହି ଦୁର୍ନୀତି ଉପରେ ଆଲୋଚନା ପାଇଁ ଗୃହରେ ଦାବି କରିଥିଲେ । ହେଲେ କଂଗ୍ରେସ ସରକାର ଆଲୋଚନା ନକରି ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଦେଲେ  । ଏହାକୁ ବିରୋଧ କରି ବିଜେପି ବିଧାୟକମାନେ କାଲି ରାତିରେ ବିଧାନସଭା ଭିତରେ ଶୋଇକି ପ୍ରତିବାଦ କରିଛନ୍ତି  । ଏହି ଦୁର୍ନୀତି ପାଇଁ ବିଜେପି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦାୟୀ କରି ତାଙ୍କର ଇସ୍ତଫା ଦାବି କରିଛି  । ତେବେ ବିଜେପି ବିଧାୟକଙ୍କ ଏପରି ବିଧାନସଭା ଭିତରେ ପ୍ରତିବାଦ ଏବେ ଖୁବ୍ ଚର୍ଚ୍ଚାରେ ରହିଛି ।

Last Updated : Jul 25, 2024, 9:31 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.