ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ କଣ କହୁଛନ୍ତି ବରିଷ୍ଠ ଆଇନଜୀବୀ - New Criminal Law

By ETV Bharat Odisha Team

Published : Jul 3, 2024, 2:05 PM IST

thumbnail
New Criminal Law (ETV Bharat Odisha)

New Criminal Law ଝାରସୁଗୁଡା: ବଦଳିଛି ବ୍ରିଟିଶ ଅମଳର ଆଇନ । ଇତିହାସ ପାଲଟିଛି IPC । ବ୍ରିଟିଶ କାଳରୁ ପ୍ରଚଳିତ ହୋଇ ଆସୁଥିବା ଭାରତୀୟ ପିଙ୍ଗଳ କୋଡ୍ (IPC), ସିଆରପିସି ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ହଟିଯାଇଛି । ଏହି ଆଇନ ପରିବର୍ତ୍ତେ ତିନିଗୋଟି ନୂଆ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ଲାଗୁ କରାଯାଇଛି ।
 

୧୮୬୦ ମସିହାରୁ ଆଇପିସି, ୧୮୯୮ରୁ ସିଆରପିସି ଓ ୧୮୭୨ରୁ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ପ୍ରଚଳିତ ହୋଇଥିଲା । ବ୍ରିଟିଶ କାଳର ଏହି ଫୌଜଦାରୀ ଆଇନ ବଦଳରେ ୩ ନୂଆ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଗତ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ମୋହର ବାଜିଥିଲା । ଏହି ନୂଆ ଆଇନ ଦଣ୍ଡ ବିଧାନ ଅପେକ୍ଷା ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦିଆଯାଇଛି । ସଂଶୋଧିତ ଧାରା ଓ ଦଣ୍ଡବିଧାନ ଅନୁସାରେ ଦୋଷୀକୁ ଯଥାଶୀଘ୍ର ଦଣ୍ଡ ମିଳିବ ଏବଂ ପ୍ରକୃତରେ ନ୍ୟାୟ ପାଇବ ନିର୍ଦ୍ଦୋଷ । ଏହି ନୂଆ ଆଇନରେ ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଓ ମହିଳା ଗଣଦୁଷ୍କର୍ମକାରୀଙ୍କୁ ଆଜୀବନ ସଜ୍ଜା ମିଳିବ ବୋଲି ଦର୍ଶାଯାଇଛି । 

ଏହାମଧ୍ୟ ପଢନ୍ତୁ.. ନୂଆ ଆଇନ ଲାଗୁ ପରେ ଜଗତପୁର ଥାନାରେ ରୁଜୁ ହେଲା ପ୍ରଥମ ମାମଲା - BHARATIYA NYAYA SANHITA

ସେହିଭଳି ରାଜଦ୍ରୋହ ବଦଳରେ ଦେଶଦ୍ରୋହ ଶବ୍ଦର ବ୍ୟବହାର କରାଯାଇଛି । ଦେଶ ବିଭାଜନ, ସଶସ୍ତ୍ର ବିଦ୍ରୋହ, ବିଚ୍ଛିନ୍ନତାବାଦୀ କାମ, ଦେଶର ସାର୍ବଭୌମତ୍ବ ଓ ଏକତାକୁ କ୍ଷୂର୍ଣ୍ଣ କରିବା ଭଳି ଅପରାଧ ପାଇଁ ଏହି ନୂଆ ଆଇନରେ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ଏହି ନୂଆ ଆଇନରେ ଆତଙ୍କବାଦକୁ ମଧ୍ୟ ପରିଭାଷିତ କରାଯାଇଛି ଏବଂ ଏହାକୁ ଦଣ୍ଡନୀୟ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲେ, ସାଧାରଣ ଜନତା କିମ୍ବା କୌଣସି ବର୍ଗକୁ ଆତଙ୍କିତ କଲେ, ଭାରତ ବା ଅନ୍ୟ କୌଣସି ଦେଶରେ ସାର୍ବଜନୀନ ବ୍ୟବସ୍ଥା ବିଗାଡ଼ିବା ଉଦ୍ଦେଶ୍ୟରେ କାର୍ଯ୍ୟ କଲେ ଏହାକୁ ଆତଙ୍କବାଦ ଶ୍ରେଣୀଭୁକ୍ତ କରାଯିବ ଏବଂ ଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏହି ନୂଆ ଆଇନରେ ଇ-ସମନକୁ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି । ଏଣିକି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ମଧ୍ୟ ଅନଲାଇନରେ ,ଇମେଲ ଅବା ହ୍ୱାଟ୍ସଆପ ଯୋଗେ ଆସିବ ସମନ ବା କୋର୍ଟ କଚେରୀରୁ ଚିଠି । ଏହି ପ୍ରକ୍ରିୟାରେ ଆଉ ଡାକ ଜରିଆରେ ବିଳମ୍ବରେ ସମନ ପହଞ୍ଚିବା ଭଳି ସମସ୍ୟା ରହିବ ନାହିଁ । ଯେକୌଣସି ବ୍ୟକ୍ତି ସହଜରେ କିଛି କେସ ବା ସେ ସଂକ୍ରାନ୍ତୀୟ ସମସ୍ୟା ଥିଲେ ଫୋନ ଯୋଗେ ଅବା ଅନଲାଇନ ଜରିଆରେ ଜାଣିପାରିବେ । ତେବେ ଏହା କେତେ ଫଳପ୍ରଦ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ । ଏନେଇ ବରିଷ୍ଠ ଆଇନଜୀବୀଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ ।

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.