ଭାଷାର ସମୃଦ୍ଧି ଦିଗରେ ଶିକ୍ଷା, ଶାସନ ଓ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ: ପଦ୍ମଶ୍ରୀ ଦେବୀ ପ୍ରସନ୍ନ

By ETV Bharat Odisha Team

Published : Feb 1, 2024, 9:28 PM IST

thumbnail

Interview With Padma Shri Dr Debi Prasanna Pattanayak:  ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ । ଓଡ଼ିଆ ଭାଷାବିତ, ଭାଷା ଗବେଷକ, ଭାଷା ବିଜ୍ଞାନୀ ଓ ବିଶିଷ୍ଟ ବିଦ୍ୱାନ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହାବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଏହି ବିଶିଷ୍ଟ ଭାଷାବିତଙ୍କୁ ସମ୍ମାନିତ କରାଯିବ । ଏହି ଅବସରରେ ସ୍ୱତନ୍ତ୍ର ସାକ୍ଷାତକାରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ଥିବା ପଦ୍ମଶ୍ରୀ ଦେବୀ ପଟ୍ଟନାୟକଙ୍କ କହିଛନ୍ତି ଯେ ଏହି ସମ୍ମାନ ମୋର ନୁହେଁ ସାମୂହିକ ସମ୍ମାନ ।ଏହାସହ ମୁଖ୍ୟମନ୍ତ୍ରୀଙ୍କ ଭାଷା ସମୂହର ସାମଗ୍ରିକ ବିକାଶର ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି । 

ସେ ଆହୁରି କହିଛନ୍ତି," ଭାଷା ହେଉଛି ଏକ ବଳିଷ୍ଠ ସେତୁ ବନ୍ଧ ଯାହା ମଣିଷ ଓ ସମାଜକୁ ଏକ ସୂତ୍ରରେ ବାନ୍ଧିକି ରଖେ । ତେଣୁ ଭାଷାର ବିକାଶ ଦିଗରେ ସବୁ ବର୍ଗର ଲୋକଙ୍କୁ ଅନେକ ଦିଗକୁ ନେଇ କାର୍ଯ୍ୟ କରିବାର ଅଛି । ବିଶେଷ କରି ଶିକ୍ଷା,ଶାସନ ଓ ଗଣମାଧ୍ୟମର ଭାଷାର ସମୃଦ୍ଧ ଦିଗରେ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ତିନି କ୍ଷେତ୍ରରେ ଭାଷାର ବିକାଶ ହେଲେ ବା ଭାଷାର ବ୍ୟବହାର ହେଲେ ନିଶ୍ଚୟ ଓଡ଼ିଆ ଭାଷାର ବିକାଶ ହେବ ଓ ଭବିଷ୍ୟତ ସୁରକ୍ଷିତ ହେବ । "

ଏହା ମଧ୍ୟ ପଢନ୍ତୁ....ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନ, ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ 
 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.