ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ବିଶାଳ ରାଲି, ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ - Independence Day 2024

By ETV Bharat Odisha Team

Published : Aug 14, 2024, 5:14 PM IST

thumbnail
har ghar tiranga (ETV Bharat Odisha)

ଭୁବନେଶ୍ବର: ଆଜି ବିଶାଳ ତ୍ରିରଙ୍ଗା ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଏମସି କମିଶନର ଓ ମେୟର ମଧ୍ୟ ଉପସ୍ଥିତ ଥିଲେ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ବିଶାଳ ପଦଯାତ୍ରା ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଦେଶର କୋଣ ଅନୁକୋଣରେ ରହୁଥିବା ଭାରତୀୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।
ଏହା ବି ପଢନ୍ତୁ...ସବୁଠି ଫରଫର ହୋଇ ଉଡିଲା ତ୍ରିରଙ୍ଗା: 'ଭାରତ ମାତା କି ଜୟ' ନାରାରେ କମ୍ପୁଛି ରାଜ୍ୟ - har ghar tiranga program
 

ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପହଞ୍ଚିବା ପରେ ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଏହାପରେ ତ୍ରିରଙ୍ଗା ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ 9 ରୁ 15 ତାରିଖ ଯାଏଁ ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଡି ହେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡିଆରେ ଫୋଟୋ ପୋଷ୍ଟ କରିବାକୁ ବି ଅନୁରୋଧ କରିଥିଲେ। 
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.