ଅଲିମ୍ପିକରେ ହକି ଟିମକୁ ବ୍ରୋଞ୍ଜ ପଦକ; ଜନ୍ମମାଟିରେ ଓଡିଆ ପୁଅ ଅମିତଙ୍କୁ ଜୋରଦାର ସ୍ୱାଗତ, ସମ୍ବର୍ଦ୍ଧନାରେ ଭାବବିହ୍ୱଳ ରୋହିଦାସ, ମା’ଙ୍କୁ ପିନ୍ଧାଇଲେ ମେଡାଲ - Olympic bronze medalist Amit - OLYMPIC BRONZE MEDALIST AMIT

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 22, 2024, 7:19 PM IST

ସୁନ୍ଦରଗଡ: ପ୍ୟାରିସ ଅଲିମ୍ପିକ 2024ରେ ଐତିହାସିକରେ ବ୍ରୋଞ୍ଜ ମେଡାଲ ଜିତିଛି ଭାରତୀୟ ହକି ଦଳ । ଏହା ପରେ ଦଳୀୟ ଖେଳାଳିଙ୍କୁ ଚାରିଆଡେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି । ଏପରକି ଗତକାଲି ଭୁବନେଶ୍ବରରେ ହକି ଟମ୍ ହିରୋଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବର୍ଦ୍ଧିତ କରିଥିଲେ । ତେବେ ଆଜି ଅମିତ ରୋହିଦାସ ଜନ୍ମମାଟି ସାଉନାମରା ଆସିରେ ପହଁଚିଛନ୍ତି । ଗାଁ ମାଟିରେ ହକି ବୀରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । 

ସେତେବେଳେ ଥିଲା ଅତି ଭାବବିହ୍ବଳ ସମୟ । ଯେତେ ବେଳେ ହକି ତାରକା ଅମିତ୍ ରୋହିଦାସ ନିଜ ମା’ଙ୍କୁ ବେକରୁ କାଢି ପିନ୍ଧାଇ ଦେଲେ ଅଲମ୍ପିକ୍ ମେଡାଲ । ଆଜି ନିଜ ଗାଁ ମାଟିରେ ଅଲିମ୍ପିକ ବ୍ରୋଞ୍ଜ ମେଡ଼ାଲିଷ୍ଟ ଅମିତ ରୋହିଦାସ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଗୁରୁବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ସଉନାମୁରା ଗାଁରେ ପହଞ୍ଚି ଥିଲେ ଅମିତ । 

ଜନ୍ମ ମାଟିରେ ପହଞ୍ଚିବା ପରେ ଗାଁ ମୁଣ୍ଡରୁ ତାଙ୍କୁ ସ୍ଵାଗତ କରି ନେଇଥିଲେ ଗାଁ ଲୋକେ ଏବଂ ପରିବାର ବର୍ଗ । ସଙ୍ଗେ ସଙ୍ଗେ ନାଚ ଗୀତରେ କମ୍ପି ଗଲା ଗାଁ ପରିବେଶ । ଘରେ ଘରେ ଦେଖାଗଲା ଖୁସିର ମାହୋଲ । ଘରେ ତାଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ ତାଙ୍କ ମାଆ । ତାପରେ ଅମିତ୍ ତାଙ୍କ ମା’ ଙ୍କୁ ବେକରୁ କାଢି ପିନ୍ଧାଇ ଦେଲେ ଅଲିମ୍ପିକ୍ସରୁ ପାଇଥିବା ମେଡାଲ । "୪୧ ବର୍ଷ ପରେ ଆଲମ୍ପିକ୍ ହକିରେ ମେଡାଲ ପାଇଥିବାରୁ ଅମିତ୍ ବେଶ ଖୁସି ଥିଲେ," ବୋଲି କହିଥିଲେ । 

"ତେବେ ସେମି ଫାଇନାଲ ପୂର୍ବରୁ ହାରି ଯାଇଥିବାରୁ ସେ ବେଶ ଦୁଃଖିତ," ବୋଲି କହିଛନ୍ତି । ଘର ଲୋକମାନେ ଅମିତ୍ ଙ୍କୁ ବନ୍ଦାପନା କଲାପରେ ଗ୍ରାମବାସୀ ମାନଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। 



ଅମିତ ରୋହିଦାସ କହିଛନ୍ତି, "ଆଜି ମୁ ବହୁତ ଖୁସି ଅଛି । ଆଜି ମୁଁ ଘରକୁ ଆସିଛି ଏବଂ ସମସ୍ତଙ୍କୁ ଧନ୍ୟବାଦ । ମୋ ବାପା ମା’ଙ୍କୁ ବି ଧନ୍ୟବାଦ ଜଣାଉଛି । ପ୍ୟାରିସ ଅଲିମ୍ପିକ୍ସରେ ଟପ ମ୍ୟାଚ ଥିଲା ଆଶା ଥିଲା କି ଗୋଲ୍ଡ ଜିତିବା ପାଇଁ କିନ୍ତୁ ବ୍ରୋଞ୍ଜ ମେଡେଲ ଜିତିଲୁ । ମୁ ମେଡେଲ ଜିତିଲା ପରେ ମୁ ବାପ ଙ୍କୁ ମନେ ପକାଉଛି ।"


ଅମିତ ଙ୍କ ମାଆ କହଛନ୍ତି କି, "ବାପା ମା’ଙ୍କ ଯାହା ସ୍ୱପ୍ନ ଥିଲା ଅମିତ ତାହା ପୁରଣ କରିଛି। ଦୁଇ ବର୍ଷ ହେଲା ମେଡାଲ ଜିତୁଛି ଖାଲି ହାତରେ ଆସିନି। ବାପା ଯାହା ଭାବିଥିଲେ ଅଲମ୍ପିକ ଖେଳି ମେଡାଲ ଆଣିବ ଏବଂ ଆମେ ବହୁତ ଖୁସି ଅଛୁ ।"

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.