28ରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ - HIRAKUD GATES TO BE OPEN

By ETV Bharat Odisha Team

Published : Jul 25, 2024, 6:31 PM IST

thumbnail
HIRAKUD RESERVOIR GATES TO OPEN ON JULY 28 DUE TO HAVY RAIN IN UPPER SIDE (ETV Bharat Odisha)

HIRAKUD RESERVOIR GATES WILL OPEN: ସମ୍ବଲପୁର: ଖୋଲିବ ହୀରାକୁଦ ଗେଟ୍ । ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ । ଜୁଲାଇ 28 ତାରିଖ (ରବିବାର) ଦିନ ହୀରାକୁଦରୁ ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ l ଏନେଇ ଆଜି ହୀରାକୁଦ ମେନ୍ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି l ଆସନ୍ତା ରବିବାର ସକାଳ 9 ଟାରେ ବିଧିପୂର୍ବକ ପୂଜାର୍ଚ୍ଚନା ପରେ 7 ନମ୍ବର ସୁଇଚ୍ ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।

ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର 604.91 ଫୁଟ୍ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ 1 ଲକ୍ଷ 72 ହଜାର କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ପୁରୁଣା ଅଯୋଧ୍ୟା ସାଗର ହେବ ନବୀକରଣ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ସ୍ୱାଗତ କଲେ ଅଞ୍ଚଳବାସୀ - Mahanadi River Develpoment

ଇଟିଭି ଭାରତ, ସମ୍ବଲପୁର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.