ଭୋଟ ଦେବାକୁ ସେରୱାନୀରେ ପହଞ୍ଚିଲେ ବର, କହିଲେ-ଭୋଟ ଜରୁରୀ - Lok Sabha Election - LOK SABHA ELECTION

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 26, 2024, 12:01 PM IST

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକାଳୁ ଭୋଟିଂ ଜାରି ରହିଛି । ଗଣତନ୍ତ୍ରର ମହାପର୍ବରେ ଉତ୍ସାହ ସହକାରେ ସାମିଲ ହେଉଛନ୍ତି ସବୁ ନାଗରିକ  । ଏମିତିକି କିଛି ଭୋଟର ନିଜ ବାହାଘରକୁ ପଛରେ ଛାଡି ଆଗେ ମତସାବ୍ୟସ୍ତ କରିବାକୁ ବୁଥରେ ପହଞ୍ଚୁଛନ୍ତି  । ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ଏହିଭଳି କିଛି ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ସେରୱାନୀ ସହ ମୁଣ୍ଡରେ ମୁକୁଟ ପିନ୍ଧି ଭୋଟ ଦେବାକୁ ପହଞ୍ଚିଛନ୍ତି ବର  । ସେମିତି ଜଣେ ବର ହେଉଛନ୍ତି ମହାରାଷ୍ଟ୍ର ଭଦରପୁରାର ଆକାଶ ମୋହନ । ସେ କହିଛନ୍ତି ଯେ, ବାହାଘର ଜରୁରୀ, ସେହିଭଳି ମତଦାନ ମଧ୍ୟ ଗୁରୁତ୍ବପୂର୍ଣ୍ଣ  । ତେଣୁ ପୂର୍ବାହ୍ନରେ ତାଙ୍କର ବାହାଘର ଥିବାରୁ ସେ ସକାଳୁ ଆଗରୁ ବୁଥରେ ପହଞ୍ଚି ନିଜର ମତଦାନ କରି ବାହାହେବାକୁ ଯାଇଛନ୍ତି  । ଦେଖନ୍ତୁ ଏହି ଦୃଶ୍ୟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.