ସୌନ୍ଦର୍ଯ୍ୟକରଣ ପାଇଁ ଘାସ ଚାଷ; ଶଳା-ଭିଣୋଇ ପାଇଲେ ନୂଆ ପରିଚୟ, ଲକ୍ଷ ଲକ୍ଷ ରୋଜଗାର, ସକାଳୁ ଘାସ ଉପରେ ଚାଲିଲେ ଭଲ ହେବ ବଡ ରୋଗ ! - Khordha Grass Farming

By ETV Bharat Odisha Team

Published : Aug 12, 2024, 1:45 PM IST

thumbnail
Khordha Grass Farming (ETV Bharat odisha)


Khordha Grass Farming:  ଖୋର୍ଦ୍ଧା: ସବୁଜ ସହର ଗଢି ତୋଳୁଛନ୍ତି ଶଳା-ଭିଣୋଇ । ସହରର ସୌନ୍ଦର୍ଯ୍ୟକରଣ ପାଇଁ ଗାଁରେ ଲାଗିଛି ଘାସ । ଯେଉଁଥିରେ ଶ୍ରମଦାନ କରୁଛନ୍ତି ଶଳା ଓ ଭିଣୋଇ । ଏମାନଙ୍କ ନିଆରା ପରିଶ୍ରମ ସେମାନଙ୍କୁ ଦେଇଛି ପରିଚୟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ଗ୍ରାମର ପଡିଆ ଜମିରେ 2007 ମସିହାରୁ କରିଥିବା ଘାସ ଚାଷ ଏଵେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଛି । ଏହି ନିଆରା ଘାସ ଚାଷ ଦେଖିବାକୁ ମିଳିଛି ସିମୋର ଗ୍ରାମର ନବକିଶୋର ଖୁଣ୍ଟିଆ ଓ ସୁଶାନ୍ତ ସାହୁଙ୍କ ଫାର୍ମରେ । ସହର ସୌନ୍ଦର୍ଯ୍ୟକରଣ ସହ ପାର୍କ, ଖେଳପଡିଆ ଓ ଘର ଆଗରେ ଘାସ ଚାଷ କରି ଏଗୁଡିକୁ ସବୁଜ ଗାଲିଚାରେ ପରିଣତ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ... ତେଲ ମିଲ୍ ଚଲାଇ ସ୍ୱାବଲମ୍ବୀ କ୍ଷୀରୋଦ; ଶୁଦ୍ଧ ତେଲର ବଢୁଛି ଚାହିଦା, ବାହାରୁ ଆସୁଛି ଅର୍ଡର - Khirod Kumar Behera Success
 

ଏହି ଘାସ ଚାଷ ବଳରେ ସ୍ୱାବଲମ୍ବୀ ହେବା ସହ ପାଖ ଅଞ୍ଚଳର ୧୦ରୁ ୧୨ ପରିବାରକୁ କରାଇଛନ୍ତି ରୋଜଗାରକ୍ଷମ । ଉଭୟ ଶଳାଭିଣୋଇ 2007 ମସିହାରୁ 6ଏକର ଜାଗାରେ ଆରମ୍ଭ କରିଥିଲେ ଘାସ ଚାଷ । ଏହି ଘାସ ରାଜ୍ଯର ବିଭିନ୍ନ ସ୍ଥାନକୁ ଯିବା ସହ ରାଜ୍ଯ ବାହାରର ସୌନ୍ଦର୍ଯ୍ୟକରଣ ପାଇଁ କାମରେ ଲାଗୁଛି । ସେହିଭଳି ଏଠି କର୍ମ ସଂସ୍ଥାନ ପାଇଥିବା ଶ୍ରମିକମାନେ ନିଜ ପାରିଶ୍ରମିକ ପାଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଏବେ ଘାଷ ଚାଷ ମାଧ୍ଯମରେ ସ୍ବାବଲମ୍ବୀ ହୋଇ ନିଆରା ବାର୍ତ୍ତା ଦେଇଛନ୍ତି ଶଳା ଓ ଭିଣେଇ । 

ଘାସ ଚାଷୀ ସୁଶାନ୍ତ ସାହୁ କହିଛନ୍ତି," ଏହି ଘାସ ଉପରେ ସକାଳୁ ସକାଳୁ ଚାଲିଲେ ରକ୍ତଚାପ ଓ ମଧୁମେହ ଭଲ ହେବ ।" ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଅତ୍ୟାଧୁନିକ ମେସିନ ସହାୟତାରେ ଉଭୟ ଶଳା ଓ ଭିଣୋଇ ଏକତ୍ର ହୋଇ ଏଭଳି ନିଆରା ଢଙ୍ଗରେ କରିଥିବା ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । 



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.