ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ
🎬 Watch Now: Feature Video
Published : Feb 12, 2024, 10:02 AM IST
Fire Breaks out at Paralakhemundi Municipalty office ଗଜପତି: ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି( ରବିବାର) ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ କାର୍ଯ୍ୟାଳୟରେ ଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ , ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ଏହି ଅଘଟଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।
ଏହାମଧ୍ୟ ପଢନ୍ତୁ.. ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର, ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଭଷ୍ମ
ସୂଚନା ଅନୁଯାୟୀ, ଗତକାଲି (ରବିବାର) ରାତିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟର ଷ୍ଟୋର୍ ରୁମରେ ନିଆଁ ଲାଗିଯାଇଥିଲା । ଷ୍ଟୋର ରୁମଟି ହଠାତ ହୁତୁହୁତୁ ହୋଇ ଜଳିବାରୁ ଲୋକେ ଦେଖି ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ଅନ୍ୟପଟେ ପୌର ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ ।
ଏହି ଅଘଟଣରେ ଷ୍ଟୋର ରୁମରେ ଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ନିର୍ବାଚନ କାଗଜପତ୍ର, ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଏହି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ଇଟିଭି ଭାରତ, ଗଜପତି