ରାମୋଜୀ ରାଓଙ୍କ ପରଲୋକ: ଆକାଶ ଦାସ ନାୟକ ଜଣାଇଲେ ଶ୍ରଦ୍ଧାଞ୍ଜଳି - Ramoji Rao Passes Away

By ETV Bharat Odisha Team

Published : Jun 8, 2024, 5:07 PM IST

thumbnail
Ramoji Rao Passes Away (ETV Bharat Odisha)

Ramoji Rao Passes Away: ଯାଜପୁର: ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ଦେହାନ୍ତରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କୋରେଇ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଆକାଶ ଦାସ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାମୋଜୀ ରାଓ ଭାରତୀୟ ସିନେମା ଜଗତ ଏବଂ ସାମ୍ୱାଦିକ ଜଗତର ଜଣେ ଅପ୍ରତିଦ୍ଵନ୍ଦୀ ବ୍ୟକ୍ତିତ୍ଵ । ସେ ଜଣେ ସରଳ ଓ ନିର୍ଭୀକ ବ୍ୟକ୍ତିତ୍ଵ ଥିଲେ। 

ଏହା ମଧ୍ୟ ପଢନ୍ତୁ...ଅଲବିଦା ବେତାଜ ବାଦଶାହ: ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ - Ramoji Rao passed away

ଇନ୍ନାଡୁରୁ ନିଜର ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିବା ରାମୋଜୀ ରାଓ ବୈଦ୍ୟୁତିକ ଗଣମାଧ୍ୟମକୁ ଏକ ନୂଆ ଦିଶା ଦେଇଥିଲେ। 2009 ମସିହାରେ ଏକ ଓଡ଼ିଆ ସିନେମା ସୁଟିଂ ଅବସରରେ ଆକାଶ ତାଙ୍କ ସଂସ୍ପର୍ଶରେ ଆସି ନିଜକୁ ଧନ୍ୟ ମଣିଥିଲେ। ଆଜି ତାଙ୍କ ଦେହାନ୍ତରେ ସାରା ଭାରତରେ ଏକ ଅପୂରଣୀୟ କ୍ଷତି ଘଟିଛି। ଏହି ଅବସରରେ ଆକାଶ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.