ଅଯଥା ଆଣ୍ଟିବାୟୋଟିକ ଲେଖିପାରିବେନି ଡାକ୍ତର, କେନ୍ଦ୍ର ନିର୍ଦ୍ଦେଶକୁ ବରିଷ୍ଠ ଡାକ୍ତରଙ୍କ ସ୍ବାଗତ - Antimicrobial resistance

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 20, 2024, 3:56 PM IST

କଟକ: ଏଣିକି ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ ଲେଖିପାରିବେ ନାହିଁ । କୌଣସି ରୋଗୀଙ୍କ ପାଇଁ ଆଣ୍ଟିବାୟୋଟିକ ଲେଖିବା ବେଳେ ଡାକ୍ତରମାନଙ୍କୁ କାରଣ ସ୍ପଷ୍ଟ କରିବାକୁ ପଡ଼ିବ ।  ମେଡିକାଲ କଲେଜ ଏବଂ ମେଡିକାଲ ଆସୋସିଏସନର ସମସ୍ତ ଡାକ୍ତରଙ୍କୁ ଏଭଳି ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର  ।  କେବଳ ଆଣ୍ଟିବାୟୋଟିକ ନୁହେଁ ଡାକ୍ତରମାନେ ଅନାବଶ୍ୟକ ଭାବେ ଅନେକ ଔଷଧ ଲେଖୁଛନ୍ତି  ।  ଯାହାକି ରୋଗୀର କୌଣସି କାମରେ ଆସି ନଥାଏ ବୋଲି କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । 

ଏହା ମଧ୍ୟ ପଢନ୍ତୁ... ବଢୁଛି ଷ୍ଟୋନ ସମସ୍ୟା, କେମିତି ଚିହ୍ନିବେ ରୋଗ ?

"ସରକାରୀ ଆଦେଶନାମା ସିନା ଏବେ ହେଲା । କିନ୍ତୁ ମେଡିକାଲ ସାଇନ୍ସ,, ଏଥିକ୍ସ ଓ ସବୁ ଆସୋସିଏସନ ପକ୍ଷରୁ ମଧ୍ୟ ପୂର୍ବରୁ ଏ ସମ୍ପର୍କରେ କୁହାଯାଇଛି । ଖାଲି ଆଣ୍ଟିବାୟୋଟିକ ନୁହେଁ ବରଂ ଅଧିକ ଔଷଧ ନ ଲେଖିବା ପାଇଁ ମଧ୍ୟ କୁହାଯାଇଛି । ମାତ୍ର କେତେ ଗୁଡାଏ କାରଣ ବିଶେଷ କରି ରୋଗୀକୁ ମାନସିକ ସାନ୍ତ୍ବନା ଦେବା ପାଇଁ ଡାକ୍ତର ଅନାବଶ୍ୟକ ଭାବେ ଅଧିକ ସଂଖ୍ୟକ ଔଷଧ ଲେଖିବା ପାଇଁ ବାଧ୍ୟ ହେଉଛନ୍ତି  ।  କାରଣ ଯଦି ରୋଗୀଙ୍କୁ ୨-୪ଟା ଔଷଧ ନ ଲେଖା ଗଲା ତା' ହେଲେ ସେମାନେ ଖୁସି ହେଉନାହାଁନ୍ତି " କହିଛନ୍ତି ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ତେଣୁ କେନ୍ଦ୍ରର ଏହି ନିର୍ଦ୍ଦେଶ ବେଶ ସ୍ବାଗତଯୋଗ୍ୟ ଓ ହିତକାରୀ ବୋଲି ସେ ମତ ରଖଛନ୍ତି  ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.