ସମ୍ବଲପୁରରେ ହୋଲି ଖେଳିଲେ ଧର୍ମେନ୍ଦ୍ର ପ୍ରଧାନ ଓ ରୋହିତ ପୁଜାରୀ - Holi celebration

By ETV Bharat Odisha Team

Published : Mar 26, 2024, 3:25 PM IST

thumbnail

ସମ୍ବଲପୁର: ରଙ୍ଗର ପର୍ବ ହୋଲିରେ ମସଗୁଲ ସମଗ୍ର ରାଜ୍ୟ l ସମ୍ବଲପୁରରେ ମଧ୍ୟ ହୋଲି ଉତ୍ସାହର ସହ ଖେଳାଯାଇଛି l  ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟାଳୟରେ ମଧ୍ୟ ହୋଲି ପାଳିତ ହୋଇଛି l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ହୋଲି ଖେଳିବା ସହ ଓଡିଶାବାସୀଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି l

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ଆଜି(ମଙ୍ଗଳବାର) ସକାଳେ ସେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ବୁର୍ଲା ଭୀମସାରକୁ ଯାଇ ହୀରାକୁଦର ଡାଇରିଆ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ l ଏହାପରେ ସେ ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ହୋଲି ଖେଳିଥିଲେ l ବିଜେପି କାର୍ଯ୍ୟକର୍ତ୍ତାମାନେ ଧର୍ମେନ୍ଦ୍ରଙ୍କୁ ରଙ୍ଗ ବୋଲି ଥିଲେ l ଏହି ଅବସରରେ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ l

ଏହାମଧ୍ୟ ପଢନ୍ତୁ.. ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର, ମା' ସମଲେଇଙ୍କ ନେଲେ ଆଶୀର୍ବାଦ - Dharmendra Pradhan Visits Sambalpur
 

ଅନ୍ୟପଟେ ଜିଲ୍ଲା ବିଜେଡି ସଭାପତି ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଜେଲ ଛକ ନିକଟରେ ଥିବା ବାମଣ୍ଡା ହାଉସରେ ଜିଲ୍ଲା ବିଜେଡି କର୍ମୀଙ୍କ ହୋଲି ଖେଳିଥିଲେ l ବିଜେଡି କର୍ମୀ ଓ ନେତା ପରସ୍ପରକୁ ରଙ୍ଗ ବୋଲି ହୋଲିର ଶୁଭେଚ୍ଛା ଜଣାଇଥିଲେ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.