thumbnail

By ETV Bharat Odisha Team

Published : Feb 28, 2024, 8:32 AM IST

ETV Bharat / Videos

କୁତ୍ରା ପୋଲିସକୁ ବଡ ସଫଳତା, ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ

Mastermind of dacoit gang arrested: ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପୋଲିସକୁ ବଡ ସଫଳତା । ଜିଲ୍ଲାରେ ଆତଙ୍କ ଖେଳାଇଥିବା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ । ରାଜଗାଙ୍ଗପୁର, କୁତ୍ରା ବଡଗାଁ ଅଞ୍ଚଳରେ ଲୁଟ, ରାହାଜାନୀ,ଡକାୟତି ଆଦି ଘଟଣାର ମାଷ୍ଟର ମାଇଣ୍ଡ ଅରବିନ୍ଦ ତିର୍କିକୁ ପୋଲିସ ଗିରଫ କରିଛି । ଏନେଇ ବଡ଼ଗାଁ ଏସଡିପିଓ ଅଭିଷେକ ପାଣିଗ୍ରାହୀ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି । ତେବେ ରାଜଗାଙ୍ଗପୁର ଥାନା ଲମଲୋଇ ଗ୍ରାମର ଅରବିନ୍ଦ ଦୀର୍ଘ ୬ ମାସ ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାରେ ୩୧ଟି ଅପରାଧ ଘଟଣାରେ ମାଷ୍ଟର ମାଇଣ୍ଡ ଥିଲା ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ପୂର୍ବରୁ ଅରବନ୍ଦ ଗ୍ୟାଙ୍ଗର ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ସହ ଟଙ୍କା ଜବତ ହୋଇଥିଲା । ସେଭଳି ରାଉରକେଲା ପୋଲିସ ମଧ୍ୟ ଉକ୍ତ ଗ୍ୟାଙ୍ଗର କିଛି ସହଯୋଗୀକୁ ଗିରଫ କରିଥିଲା । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଅରବିନ୍ଦ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଇଥିଲା । ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଅରବିନ୍ଦଙ୍କୁ ଗିରଫ କରାଯାଇଛି।  

ଏହା ମଧ୍ୟ ପଢନ୍ତୁ- ସୁନା ଦୋକାନରେ ଡକାୟତି ଯୋଜନା ପଣ୍ଡ, 6 ଗିରଫ
ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.