ଆଇନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ସୁପ୍ରିମକୋର୍ଟ ବିଚାରପତି ଦେଲେ ଗୁରୁ ମନ୍ତ୍ର - NLU Convocation Ceremony - NLU CONVOCATION CEREMONY
🎬 Watch Now: Feature Video
Published : Aug 17, 2024, 9:57 PM IST
କଟକ: ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । 2008 ମସିହାରେ ନରାଜ ଠାରେ ଓଡ଼ିଶାର ସର୍ବପ୍ରଥମ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଏହି 11ବର୍ଷ ମଧ୍ୟରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର 10ଟି ବ୍ୟାଚର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି 2024 ବର୍ଷ ପାଇଁ 202 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । 98ଜଣଙ୍କୁ ଵିଏ ଏଲଏଲବି, 55ଜଣଙ୍କୁ ବିବିଏ ଏଲଏଲବି, 43 ଜଣଙ୍କୁ ଏଲଏଲ ଏମ ଡିଗ୍ରୀ ପ୍ରଦାନ କରାଯାଇଛି । ଏହା ବ୍ୟତୀତ 6 ଜଣଙ୍କୁ ପିଏଚଡି ଡିଗ୍ରୀ, 13ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।
ଏହା ବି ପଢନ୍ତୁ- ଠିକା ଅଧ୍ୟାପକଙ୍କ ଭରସାରେ ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ! ସୁପ୍ରିମକୋର୍ଟଙ୍କ ଉଦବେଗ
ଏହି ସମାବର୍ତ୍ତନ ଉତ୍ସବରେ ଡକ୍ଟର ବିବେକ ରାଘବନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାବର୍ତ୍ତନ ଉତ୍ସବରେ ଆଧୁନିକ ଡିଜିଟାଲ ଯୁଗରେ ଆଇନ କ୍ଷେତ୍ରରେ ଏହାର ପ୍ରୟୋଗ ସମ୍ପର୍କରେ ଏକ ସନ୍ଧର୍ବ ପାଠ କରିଥିଲେ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ । ତାଙ୍କ ମତରେ ଆଇନ ପାଠ୍ୟକ୍ରମରେ ମନୋନିବେଶ କରିବା ଓ ବାରମ୍ବାର ଅଭ୍ୟାସ କରିବା ଦ୍ବାରା ଜଣେ ସଫଳ କୃତି ବିଦ୍ୟାର୍ଥୀ ହୋଇ ପାରିବ । ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ଭିସି ବେଦ କୁମାରୀ କୁଳପତି ସ୍ଵାଗତ ଭାଷଣ ଦେବା ସହିତ ବିବରଣୀ ପାଠ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ଜଷ୍ଟିସ ଚକ୍ରଧାରୀ ଶରଣସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ । ଜଷ୍ଟିସ ଶରଣସିଂ ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ।
ଇଟିଭି ଭାରତ, କଟକ