ନିମାପଡ଼ାରେ ଶକ୍ତିଶାଳୀ ହେଉଛି ବିଜେଡି, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା - BJD Joining Program - BJD JOINING PROGRAM
🎬 Watch Now: Feature Video
Published : May 27, 2024, 10:09 PM IST
BJD Joining Program In Nimapar: ନିମାପଡ଼ା: ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ 1ରେ ନିମାପଡାରେ ହେବ ମତଦାନ । ଏହା ପୂର୍ବରୁ ନିମାପଡ଼ାରେ ଶକ୍ତିଶାଳୀ ହେଉଛି ବିଜେଡି । ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ନିମାପଡା ବ୍ଲକ କଂଗ୍ରେସ ସଭାପତି ବିଜୟ ପ୍ରଧାନଙ୍କ ପୁଅ ରାକେଶ ପ୍ରଧାନଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡି ପକ୍ଷରୁ ନିମାପଡ଼ା ଠାରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ରାକେଶ ପ୍ରଧାନ କଂଗ୍ରେସର ସାଂଗଠନିକ ସ୍ଥିତିକୁ ମଜଭୁତ କରି ଆସୁଥିବା ବେଳେ ଅଚାନକ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦାନ କରିବା ନିମାପଡ଼ା ରାଜନୀତିରେ ଉଷ୍ମତା ଭରିଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ଶକ୍ତି ଯୋଗାଡ କରୁଥିବା ବେଳେ ରାକେଶଙ୍କ ହାତ ଛାଡି ଶଙ୍ଖ ଧରିଛନ୍ତି । ରାକେଶ ବିଜେଡିରେ ମିଶିବା ପରେ ଶକ୍ତିଶାଳୀ ହୋଇଛି ଦଳ । ସେପଟେ ଜୁନ 1 ତାରିଖରେ ନିମାପଡ଼ାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡିର ଗଡ କୁହାଯାଉଥିବା ନିମାପଡ଼ାକୁ ଦଖଲ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ଶାସକ ଦଳ । ମାଳମାଳ ନେତାଙ୍କ ହାତରେ ରହିଛି ନିମାପଡ଼ା ଅଞ୍ଚଳର ଅନେକ ଦାୟିତ୍ଵ । ନିମାପଡାରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପଙ୍କ ରଥରେ ସାରଥୀ ସାଜିଛନ୍ତି ରୁଦ୍ର, ଶୁଭାଶିଷ ଖୁଣ୍ଟିଆ, ପୁଷ୍ପେନ୍ଦ୍ରଙ୍କ ଭଳି ଅନେକ ନେତୃତ୍ଵ । ତେବେ ଆଜିର ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେଡି ନେତା ସୁବ୍ରତ ଛାଟୋଇ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଓ ନିମାପଡା ଏନଏଏସି ଚେୟାରମ୍ୟାନ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନିମାପଡ଼ା