thumbnail

By ETV Bharat Odisha Team

Published : Feb 20, 2024, 10:25 PM IST

ETV Bharat / Videos

ସିଏମସି କମିଶନରଙ୍କୁ ଭେଟିଲେ କଂଗ୍ରେସ କର୍ପୋରେଟର, ୧୨ଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା

କଟକ: କଟକ ମହାନଗର ନିଗମ କମିଶନରଙ୍କୁ ଭେଟିଲେ କଂଗ୍ରେସ କର୍ପୋରେଟର । ସିଏମସି ଅଧୀନରେ ଥିବା ବ୍ୟାପକ ଅଵବ୍ୟସ୍ଥା ନେଇ କମିଶନର ଙ୍କ ସହ ଆଲୋଚନା କରିଛନ୍ତି ସମସ୍ତ କର୍ପୋରେଟର । ବିରୋଧୀ ଦଳ କର୍ପୋରେଟର ସନ୍ତୋଷ ଭୋଳଙ୍କ କହିବାନୁଯାୟୀ , ଦୀର୍ଘବର୍ଷ ଧରି ସିଏମସି ତାର ମନମୁଖୀ କାର୍ଯ୍ୟ ଜାରି ରଖିଛି । ଯଦି ବିଭିନ୍ନ ଏଜେନ୍ସି ଉପରେ ନଜର ପକାଇବା ତେବେ ଅନେକ ସଂସ୍ଥା ବିନା ଟେଣ୍ଡରରେ କାମ ଜାରି ରଖିଛନ୍ତି  । ଏଭଳି ଅନୁକମ୍ପା କଣ ପାଇଁ ରହୁଛି ତାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଏହାସହ ସିଏମସିର କିଛି କର୍ମଚାରୀ ଅଛନ୍ତି ଯେଉଁମାନଙ୍କ ପରିବାର ମଧ୍ୟ ଏହି ଏଜେନ୍ସି ଗୁଡିକ ସହିତ ଜଡିତ ଅଛନ୍ତି  । ତେଣୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲା ବେଳେ କଟକ ମହାନଗର ନିଗମ ଏହାକୁ ଗମ୍ଭୀରତାର ସହ ଆଜି ପର୍ଯ୍ୟନ୍ତ ଗ୍ରହଣ କରିନାହିଁ  ।

ଏହା ମଧ୍ୟ ପଢନ୍ତୁ ... ସିଏମସି ଚଳୁ କରିଦେଲା କୁକୁର ଟଙ୍କା !

ତେଣୁ 12 ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ସିଏମସିର ଦ୍ବାରସ୍ଥ ହୋଇଛନ୍ତି କର୍ପୋରେଟର । ଏହା ସହ ପୋଖରୀ ପୁନରୁଦ୍ଧାର, ଅର୍ବାନ ହାଟ, ପାର୍କ ପ୍ରାଇଭେଟାଇଜେସନ ଆଦି ପ୍ରସଙ୍ଗ ଉପରେ କମିଶନରଙ୍କ ସହ କଥା ହୋଇଥିଲେ । ଆଗାମୀ 7 ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧନ ପାଇଁ ବାଟ ଖୋଲିବା ପାଇଁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ କାଉନ୍ସିଲରେ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ସିଏମସି ବିରୋଧୀ ଦଳ କର୍ପୋରେଟର । ଅନ୍ୟପଟେ ଏହି ବୈଠକ ପରେ ମୁହଁ ଖୋଲିଛନ୍ତି କମିଶନର । ଏହି ତମାମ ଦିଗ ଉପରେ ଆଲୋଚନା ହୋଇଛି । ଶୀଘ୍ର ସମାଧାନ ହେବ ସମସ୍ତ ଅଭିଯୋଗ ବୋଲି ସେ କହିଛନ୍ତି  । 

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.