ଝାରସୁଗୁଡ଼ାରେ ଲୋକାର୍ପିତ ହେଲା ଆମ ହସ୍ପିଟାଲ - CM Naveen

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 18, 2024, 9:48 AM IST

Ama Hospital: ଝାରସୁଗୁଡ଼ା: ଜିଲ୍ଲାରେ ଲୋକାର୍ପଣ ହେଲା ଆମ ହସ୍ପିଟାଲ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ 5T ଅଧିନ ଆମ ହସ୍ପିଟାଲରେ ସାମିଲ କରାଯାଇଛି । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଜିଲ୍ଲାର ଏହି ଦୁଇଗୋଟି ହସ୍ପିଟାଲ ସମେତ ଓଡ଼ିଶାର ୭୩ଟି ରୂପାନ୍ତରିତ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି । ଏହି କ୍ରମରେ ଦୁଇଟି ସ୍ଥାନରେ ସ୍ଵତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡା, ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦଳାଇ, ଡିପିଏମ ବୁଲୁନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

ସେହିପରି ଲଖନପୁର ସମଲେଇ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରୀ ତିହିରିଆ, ଜିଲ୍ଲା ପରିଷଦ ସଦସ୍ୟ ସନତ କୁମାର ସିଂହ, ସ୍ଥାନୀୟ ସରପଞ୍ଚ ଆରତୀ ପ୍ରଧାନ, ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଯୁଗଳ କିଶୋର ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ, ଆଇଏଏସ ପ୍ରବେଶନ ଆସିଷ୍ଟାନ୍ଟ କଲେକ୍ଟର ସୁଶ୍ରୀ ସସ୍ୟା ରେଡ୍ଡି, ତହସିଲଦାର ସଦାକର କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହା ମଧ୍ୟ ପଢନ୍ତୁ...ଆମ ହସ୍ପିଟାଲ ଯୋଜନାରେ ଢେଙ୍କାନାଳ ଜିଲ୍ଲାର 4 ହସ୍ପିଟାଲ ସାମିଲ

ଇଟିଭି ଭାରତ ,ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.