thumbnail

By ETV Bharat Odisha Team

Published : Jan 29, 2024, 10:08 PM IST

ETV Bharat / Videos

କନ୍ଧମାଳରେ ୪୬ଟି ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Transformed Schools Inaugurated: ଫୁଲବଣୀ: ଆଜି ପୁଣି ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟରେ ୫-ଟି ସ୍କୁଲର ଲୋକାର୍ପଣ କରିଛନ୍ତି । ସରକାରୀ ବିଦ୍ୟାଳୟ ମାନଙ୍କରେ ଭିତ୍ତିଭୂମି ବିକାଶ ସହ ଉନ୍ନତ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଉଛି । ୫-ଟି ଯୋଜନାରେ ଚାଲିଥିବା ଏହି ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟରେ ଆଜି କନ୍ଧମାଳ ଜିଲ୍ଲାର ୪୬ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୬୦ଟି ବିଦ୍ୟାଳୟର ରୂପାନ୍ତରୀକରଣ ସରିଥିବା ବେଳେ ୪ର୍ଥ ପର୍ଯ୍ୟାୟକୁ ମିଶାଇ ଏହି ସଂଖ୍ୟା ୨୦୬ରେ ପହଞ୍ଚିଛି । 

ତେବେ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଥିବାବେଳେ ସ୍ଥାନୀୟ ପୁଲିସ ହାଇସ୍କୁଲ ଠାରେ ଏହି ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଯୋଗଦେଇଥିଲେ । 

ଏହା ମଧ୍ୟ ପଢନ୍ତୁ ...୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ ଜିଲ୍ଲାର ୨୮୬ ସ୍କୁଲ ଲୋକାର୍ପିତ

ଇଟିଭି ଭାରତ , କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.