ଭୋଟ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଉଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ, LIVE - CEO Press Meet - CEO PRESS MEET

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 3, 2024, 5:33 PM IST

Updated : Jun 3, 2024, 5:52 PM IST

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ନିର୍ଦ୍ଧାରଣ ହେବେ ଇଭିଏମ୍‌ରେ କଏଦ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ । ୨୧ ଲୋକସଭା ଓ ୧୪୭ ବିଧାନସଭା କ୍ଷେତ୍ରରେ ଜନତାଙ୍କ ନେତା ଚୟନ ହେବେ । ଫଳାଫଳ ଘୋଷଣା ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି ସରିଛି । ସାଧାରଣ ନିର୍ବାଚନର ସୁରକ୍ଷା ପାଇଁ ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୮୫ ସିଏପିଏଫ୍‌ କମ୍ପାନୀ ମୁତୟନ ହୋଇଥିଲେ । କେବଳ ୨୫ କମ୍ପାନୀ ସିଏପିଏଫ୍‌ ଇଭିଏମ୍‌ ଷ୍ଟ୍ରଙ୍ଗରୁମ, କାଉଣ୍ଟିଂ ସେଣ୍ଟରରେ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା । ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ପ୍ରତି କାଉଣ୍ଟିଂ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍‌ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁତୟନ ରହିବେ । ମତଦାନ ଗଣତି ପାଇଁ ଚୂଡାନ୍ତ ପ୍ରସ୍ତୁତିର ସୂଚନା ଦେଉଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସିଇଓ କାର୍ଯ୍ୟାଳୟର ମିଡିଆ ସେଣ୍ଟରରୁ ଭୋଟ ଗଣତି ପ୍ରସ୍ତୁତି ବାବଦରେ ସୂଚନା ଦେଉଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ; ଦେଖନ୍ତୁ LIVE
Last Updated : Jun 3, 2024, 5:52 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.