ମେଣ୍ଟ ରାଜନୀତି; ଦ୍ବନ୍ଦ୍ବରେ ସାଧାରଣ ଜନତା, ଶୁଣନ୍ତୁ ଭୋଟରଙ୍କ ମୁଡ - BJD BJP Alliance
🎬 Watch Now: Feature Video
Published : Mar 15, 2024, 1:40 PM IST
BJD BJP Alliance Speculation Reaction ବୌଦ୍ଧ: ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗ । ଘଡି କେ ଘୋଡା ଛୁଟୁଛି । କେତେବେଳେ ମେଣ୍ଟ ସପକ୍ଷରେ ପ୍ରତିକ୍ରିୟା ସାମ୍ନାକୁ ଆସୁଥିବା ବେଳେ ଆଉ କେତେବେଳେ ବିପକ୍ଷରେ ଆସୁଛି । ତେବେ ମେଣ୍ଟ ହେବ କି ନାହିଁ ସମସ୍ତେ ଦ୍ବନ୍ଦରେ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ନେଣ୍ଟ ରାଜନୀତିକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ମେଣ୍ଟ ହେଲେ କଣ ହେବ ଆଉ ଉଭୟ ଦଳ ପୃଥକ ନିର୍ବାଚନ ଲଢିଲେ ରାଜନୈତିକ ସମୀକରଣ କଣ ହେବ ସେନେଇ ସାଧାରଣ ଲୋକ ଦ୍ବନ୍ଦରେ ରହିଛନ୍ତି ।
ସାରା ରାଜ୍ୟରେ ବିଜେଡି ଦଳ ଓ ବିଜେପି ଦଳ ମଧ୍ୟରେ ଗଠବନ୍ଧନ ବା ମେଣ୍ଟ ହେବା ନେଇ ଗତ କିଛି ଦିନ ହେଲା ଜୋରସୋରରେ ଚର୍ଚ୍ଚା ଚାଲିଛି । କେତେବେଳେ କେନ୍ଦ୍ର ବିଜେପି ମେଣ୍ଟ ପାଇଁ ଗ୍ରୀନ ସିଗନାଲ ଦେଉଛି ତ ପୁଣି କେତେବେଳେ ରାଜ୍ୟ ନେତୃବୃନ୍ଦ ଉଭୟ ରାଜନୈତିକ ଦଳ ପୃଥକ ନିର୍ବାଚନ ଲଢିବା ନେଇ ମତ ଦେଉଛନ୍ତି । ତେବେ ଏଭଳି ସ୍ଥିତିରେ ବଉଦ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି । ଚା ଖଟି ଠାରୁ ନେଇ ହାଟବଜାର ସବୁଠାରେ ଏହି ମେଣ୍ଟ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ଠାରୁ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଲଗାତାର ଭାବରେ ବିଜେଡି ଦଳ ବିଜୟୀ ହୋଇ ଆସିଛି । ତେବେ ବର୍ତ୍ତମାନ ସମୟରେ ଯଦି ବିଜେପି ବିଜେଡି ଦଳ ମଧ୍ୟରେ ମେଣ୍ଟ ହୁଏ ତେବେ ଅସନ୍ତୋଷ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ସହିତ କଂଗ୍ରେସ ଦଳକୁ ସିଧା ସଳଖ ଫାଇଦା ପହଞ୍ଚିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ବଉଦ ଜିଲ୍ଲାର ସାଧାରଣ ଲୋକ ନିଜ ନିଜ ମତ ପ୍ରକାଶ କରିଛନ୍ତି । ଶୁଣନ୍ତୁ କଣ ରହିଛି ଭୋଟରଙ୍କ ମୁଡ୍ ।
ଇଟିଭି ଭାରତ, ବୌଦ୍ଧ