ଯୁବମୋର୍ଚ୍ଚା ସଭାପତିଙ୍କୁ ଆକ୍ରମଣକୁ ବିରୋଧ, ଡିଜି ଅଫିସ ଘେରିଲା ବିଜେପି - bjp yuva morcha protest in cuttack

By ETV Bharat Odisha Team

Published : Jun 3, 2024, 4:47 PM IST

thumbnail
BJP YUVA MORCHA PROTEST IN CUTTACK (ETV Bharat Odisha)

କଟକ: ଉଗ୍ରରୂପ ନେଲା ଚାନ୍ଦବାଲି ନିର୍ବାଚନୀ ହିଂସା । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ମୁଖ୍ୟ କାର୍ଯ୍ୟାଳୟ ଘେରିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା । ଘଟଣାକୁ ଅନେକ ଦିନ ବିତିଥିଲେ ସୁଦ୍ଧା । ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ଯାହାକୁ ନେଇ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ତିନିଶହରୁ ଊର୍ଦ୍ଧ୍ବ କର୍ମୀ ଡିଜି ଅଫିସ୍ ଘେରାଉ କରିଥିଲେ । ଗତ 30 ତାରିଖ ଦିନ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ଉପରେ ଯେଉଁ ପରି ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଥିଲା । ତାହାକୁ ନେଇ ଏ ଯାବତ୍ ପୋଲିସ ପକ୍ଷରୁ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ଏହି ଘଟଣାରେ ଯିଏ ପ୍ରକୃତ ଦୋଷୀ ସିଏ ଖୋଲମ୍ ଖୁଲା ବାହାରେ ବୁଲୁଛନ୍ତି । ସେମାନଙ୍କ ପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେପି ଯୁବ ମୋର୍ଚ୍ଚା । 

ଏହା ମଧ୍ ପଢନ୍ତୁ......ରାତି ପାହିଲେ ଜନାଦେଶ: କେମିତି EVMରେ ହୁଏ ଭୋଟ ଗଣତି, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା - How Will Votes Be Counted

ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଗଗନ ଓଝାଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ପୂର୍ବରୁ ଏସସିବି ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ ଅଭିଳାଷ ପଣ୍ଡା । ଯାହାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ହୋଇଥିଲେ ସ୍ଥାନାନ୍ତର ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.