ସମ୍ବିଧାନକୁ ସବୁଠୁ ଅଧିକ ଅପମାନ କରିଛି ଭାରତୀୟ ଜାତୀୟ କଂଗ୍ରେସ: ମୁକେଶ ମହାଲିଙ୍ଗ - BJP OBSERVED BLACK DAY

By ETV Bharat Odisha Team

Published : Jun 26, 2024, 8:56 PM IST

thumbnail
BJP OBSERVED BLACK DAY (ETV Bharat Odisha)

BJP OBSERVED BLACK DAY: ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଦିବସ ପାଳିତ । କଂଗ୍ରସ ଶାସନ ସମୟରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳାଦିବସ ପାଳନ କରାଯାଇଛି । ଏହି କଳା ଦିବସରେ ମୁଖ୍ୟ ଅତିଥି ରୂପେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ଯୁବକମାନଙ୍କୁ କଳା ଦିବସ କାହିଁକି ପାଳନ କରାଯାଉଛି ଓ ଏମରଜିନସ ବିଷୟରେ ଅବଗତ କରାଇବା ସହ ଇତିହାସକୁ ସବୁବେଳେ ମନେରଖି ଭବିଷ୍ୟତକୁ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ବିଜେପିର ସାଧାରଣ ସମ୍ପାଦକ ସାରଦା ଶତପଥି ଯୋଗ ଦେଇଥିଲେ ।



ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଠା କରିଛି । ୪୯ ବର୍ଷ ପୂବେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଜରୁରୀକାଳୀନ ପରସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ମସିହା ଜୁନ୍‌୨୫ ମଧ୍ୟରାତ୍ରିରେ ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ୧୯୭୧ ନିର୍ବାଚନରେ ସେ ସରକାରୀକଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ଉଲ୍ଲେଖ କରି ଆହ୍ଲାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ । ଏହି ସମୟରେ ନିଜକୁ ପ୍ରଧାନମନ୍ତ୍ରୀ ପଦରେ ବେଆଇନଭାବେ କାର୍ଯ୍ୟ କରିବା ପାଇଁ ଇନ୍ଦିରା ଗାନ୍ଧୀ ଅସାମ୍ବିଧାନିକଭାବେ ୩୫୬ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ । ୨୧ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରିଦେଇଥିଲା । ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମରର ସ୍ୱାଧୀନତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା ।

ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନ୍ଦୋଳନକୁ ଅଗଣତାନ୍ତ୍ରିକ ଭାବେ ଦମନ କରାଯାଇଥିଲା । ଏହି ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରୁଥିବା ୩ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣକଂଗ୍ରେସ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ “ମିଶା ଆଇନ” ବଳରେ ଜୋର ଜବରଦସ୍ତ ଜେଲରେ ଭର୍ତ୍ତି କରାଯାଇଥିଲା । ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ଜର୍ଜ ଫର୍ଣ୍ଣାଣ୍ଡେଜ, ଚୈାଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୈାବେ, ଅରୁଣ ଜେଟଲୀ ପ୍ରମୁଖ କାରାବାରଣ କରିଥିଲେ । 

ସେହିପରି ଓଡିଶାରେ ମଧ୍ୟ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତି କରିଦିଆଯାଇଥିଲା । ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଦେଶର କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ବଳି ପକାଯାଇଥିଲା । ସେତେବେଳେ ସମ୍ବିଧାନକୁ ହତ୍ୟା କରିଥିବା ଦଳ ଏବେ ସମ୍ବିଧାନ ରକ୍ଷାର ଫମ୍ପା ସ୍ଳୋଗାନ ଦେଉଛନ୍ତି । ସ୍ୱାଧିନତା ପରବର୍ତୀ ଭାରତ ବର୍ଷର ଇତିହାସରେ ଜରୁରୀକାଳିନ ପରିସ୍ଥିତ ଏକ “ଅଲିଭା କଳାଦାଗ” ବୋଲି ରହିଆସିଛି । ଆଉ ଏହି ଦିବସକୁ କଳା ଦିବସ ରୂପେ ପାଳନ କରିଛି ବିଜେପି ଯୁବ ମୋର୍ଚ୍ଚା ।

ଏହା ମଧ୍ୟ ପଢନ୍ତୁ ...ଜରୁରୀକାଳୀନ ପରିସ୍ଥିତିକୁ 50 ବର୍ଷ; ବିଜେପି ପାଳିଲା କଳା ଦିବସ - BJP Observed Black Day



ଏହି ଅବସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଗଣତନ୍ତ୍ରର ମୂଲ୍ୟବୋଧକୁ ଯୁବପିଢୀ ମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ବିଜେପି ପକ୍ଷରୁ ପ୍ରତିବର୍ଷ ଆଜିର ଏହି ଦିନକୁ “କଳା ଦିବସ” ଭାବେ ପାଳନ କରାଯାଉଛି । ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକା ଅନେକ ରହିଛି । ଏପରିକି ରାଜନୈତିକ ଦଳର ଭୂମିକା ମଧ୍ୟ ନିହାତି ମହତ୍ୱପୂର୍ଣ୍ଣ । କିନ୍ତୁ ଜରୁରୀ ପରିସ୍ଥିତିରେ ଏମାନେ ହିଁ ସବୁଠୁ ବେଶୀ ସଂଘର୍ଷ କରିଛନ୍ତି କଷ୍ଟ ପାଇଛନ୍ତି । ଏହାସହ ଭାରତର ସମ୍ୱିଧାନକୁ ଯେଉଁ ଦଳ ଦଳିମକଚି ନଷ୍ଟ କରିଥିଲା । ସେ ଆଜି ହାତରେ ସମ୍ବିଧାନ ଧରି କହୁଛନ୍ତି ଭାରତର ସମ୍ବିଧାନ ଆଜି ବିପଦରେ । ଆଉ ପ୍ରଧାନମନ୍ତ୍ରୀ ଏହାକୁ ବଦଳେଇବାକୁ ଚାହୁଁଛନ୍ତି । ଏହା କେବେବି ପ୍ରଧାମମନ୍ତ୍ରୀଙ୍କ ଉଦ୍ଦେଶ୍ୟ ନୁହେଁ ତେଣୁ କଂଗ୍ରେସ ସେହି ଭ୍ରମ ଧାରଣାରେ ନ ରହୁ ।"

 ଯଦି ସମ୍ବିଧାନକୁ ସବୁଠୁ ଅଧିକ କିଏ ଅପମାନ କରିଛି ସେ ହେଉଛି ଭାରତୀୟ ଜାତୀୟ କଂଗ୍ରେସ । ତେଣୁ ସେଦିନର ସେହି କଳା ଦିବସର ଇତିହାସକୁ ମନେପକଇବା ପାଇଁ ଲୋକଙ୍କ ପାଖରେ ଏହି ବାର୍ତ୍ତାକୁ ପହଞ୍ଚାଇବା ପାଇଁ ଯୁବମୋର୍ଚ୍ଚା ଏହି ଦିବସକୁ ପାଳନ କରୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.