thumbnail

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡା, ମହିଳା ଯବାନ ସସପେଣ୍ଡ - Kangana Ranaut slapped by Woman

By ETV Bharat Odisha Team

Published : Jun 6, 2024, 6:12 PM IST

Updated : Jun 6, 2024, 9:33 PM IST

ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଦୁର୍ବ୍ୟବହାର । ପ୍ରାଥମିକ ରିପୋର୍ଟ ଅନୁସାରେ କଙ୍ଗନାଙ୍କୁ ଜଣେ ମହିଳା ଚାପୁଡା ମାରିଛନ୍ତି । କଙ୍ଗନା ପଞ୍ଜାବ ସ୍ଥିତ ମୋହାଲି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରା କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣାର ସାମ୍ନା କରିଛନ୍ତି । ବିମାନରେ ବୋର୍ଡିଂ ପୂର୍ବରୁ ଚେକିଂ ସମୟରେ ସିଆଇଏସଏଫର ମହିଳା କନେଷ୍ଟବଳ ତାଙ୍କୁ ଚାପୁଡା ମାରିଥିବା ସୂଚନା ମିଳିଛି । ଉକ୍ତ ମହିଳାଙ୍କ ନାମ କୁଲୱିନ୍ଦର କୌର ବୋଲି ଜଣାପଡ଼ିଛି । ମହିଳା କର୍ମଚାରୀ ଜଣକ ତାଙ୍କୁ ଚାପୁଡା ମାରିବା ପରେ କଙ୍ଗନାଙ୍କ ସହିତ ଥିବା ମୟଙ୍କ ମାଧୁର କୁଲୱିନ୍ଦରଙ୍କୁ ଚାପୁଡ଼ା ମାରିବାକୁ ଚେଷ୍ଟା କରିଥିବା କୁହାଯାଉଛି । ତେବେ ନବନିର୍ବାଚିତ ସାଂସଦଙ୍କ ଉପରକୁ କୁଲୱିନ୍ଦର କାହିଁକି ହାତ ଉଠାଇବା ପ୍ରଶ୍ନରେ ସେ କହିଛନ୍ତି ଯେ କଙ୍ଗନା ଚାଷୀ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଘଟଣାକୁ ନେଇ କଙ୍ଗନା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଥାଉ କି 2024 ଲୋକସଭା ନିର୍ବାଚନରେ କଙ୍ଗନା ଗୃହ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ସଦ୍ୟ ସୂଚନା ଅନୁସାରେ ଉକ୍ତ ମହିଳା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ଡ୍ୟୁଟିରୁ ନିଲମ୍ବନ କରାଯାଇଛି । 

ଏହା ବି ପଢନ୍ତୁ- ରବୀନା ଟଣ୍ଡନଙ୍କ ସମର୍ଥନରେ ବାହାରିଲେ ବଲିଉଡ କ୍ୱିନ୍, ଜାଣନ୍ତୁ କଣ ପୁରା ଘଟଣା

Last Updated : Jun 6, 2024, 9:33 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.