ମହିଳା ଭୋଟର ଉପରେ ଫୋକସ, ବିଜେପି କରୁଛି 'ନାରୀ ଶକ୍ତି ବନ୍ଦନା' କାର୍ଯ୍ୟକ୍ରମ - General Election 2024 - GENERAL ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 7, 2024, 7:17 PM IST

BJP Campaign at Jharsuguda ଝାରସୁଗୁଡା: ସାଧାରଣ ନିର୍ବାଚନକୁ ନେଇ ସରଗରମ ହେଲାଣି ପ୍ରଚାର ମୈଦାନ । ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମ ଘୋଷଣା ହେବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଟଙ୍କଧର । ବିଶେଷ କରି ମହିଳାଙ୍କ ଭୋଟ ହାତେଇବା ଲକ୍ଷ୍ୟରେ 'ନାରୀ ଶକ୍ତି ବନ୍ଦନା' କାର୍ଯ୍ୟକ୍ରମ କରୁଛି ବିଜେପି । ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନଠୁ ଥରେ ମଧ୍ୟ ଏଠାରେ ପଦ୍ମ ଫୁଟି ନାହିଁ । ଏଥର କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ ବିଜେପି ଖାତାକୁ ଯିବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କୁ 5 ବର୍ଷିଆ ବିଧାୟକ ଦରକାର ପାଞ୍ଚ ମାସିଆ ନୁହେଁ: ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି

ଜିଲ୍ଲାର ବିକାଶ ପାଇଁ ଏଥର ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି କହିଛନ୍ତି ଟଙ୍କଧର । ସେ କହିଛନ୍ତି, "ଝାରସୁଗୁଡ଼ାରେ ରହିଛି ବେକାରୀ ସମସ୍ୟା, ପାନୀୟ ଜଳ ଯୋଗାଇବାରେ ଫେଲ ମାରିଛି ବିଜେଡି, ରାଜ୍ୟରେ ନାରୀ ସଶକ୍ତିକରଣ ଉପରେ ରାଜ୍ୟ ସରକାର କେବଳ ବାହାସ୍ପଟ ମାରୁଛି । ପାଣି ପରିବର୍ତ୍ତେ ମଦ ବ୍ୟବସାୟ ଉପରେ ଗୁରୁତ୍ବ ଦେଇଛି ରାଜ୍ୟ ସରକାର । ମିଶନ ଶକ୍ତି ଆଳରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଚାଷୀଙ୍କ ହକ ମାରୁଥିବା ସରକାରଙ୍କୁ ଏଥର ବାଟ ଦିଆଯିବ ନାହିଁ । ଏଥର ଦେଶରେ ପୁଣିଥରେ ମୋଦି ସରକାର ସତ୍ତାରେ ବସିବ ଏବଂ ରାଜ୍ୟରେ ମଧ୍ୟ ବିଜେପି ସରକାର ଆସିବ ।" ଡବଲ ଇଞ୍ଜିନ ସରକାର ବିକାଶ କରିବ ବୋଲି କହି ଟଙ୍କଧର ତ୍ରିପାଠୀ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି । ଏନେଇ ବିଜେପି ପ୍ରାର୍ଥୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଗୁରୁଚରଣ ବାଘ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.