ପୁରୀ ବାଣ ବିସ୍ଫୋରଣ ଘଟଣା: SCBରେ ଆହତଙ୍କୁ ଭେଟିଲେ ସମ୍ବିତ ପାତ୍ର - Sambit Meets Injured

By ETV Bharat Odisha Team

Published : May 30, 2024, 8:09 PM IST

thumbnail
Sambit Patra In SCB (ETV Bharat Odisha)

Sambit Meets Injured: କଟକ: ପୁରୀ ବାଣ ବିସ୍ଫୋରଣ ଘଟଣା । ଏସସିବିରେ ଆହତଙ୍କୁ ଭେଟିଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଆଇସିୟୁରେ ଥିବା ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କୁ ଭେଟିବା ପରେ ସମ୍ବିତ କହିଛନ୍ତି, "ଏହା ଏକ ଅତି ଦୁର୍ଭାଗ୍ୟଜନକ ଘଟଣା । ପ୍ରଶାସନ ଏହାର ତଦନ୍ତ କରିବା ଆବଶ୍ୟକ । କାହିଁକି ଓ କିପରି ଏଭଳି ଘଟଣା ଘଟିଲା ।" 

ଏହା ବି ପଢନ୍ତୁ...ନରେନ୍ଦ୍ର ପୋଖରୀ ଅଘଟଣ; SCBରେ ଆହତଙ୍କ ସଂଖ୍ୟା 7, ପ୍ରଶାସନକୁ ଦୋଷ ଦେଲେ ମୃତକଙ୍କ ମା' - Chandan Yatra Mishap Update

ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ଅନୁସାରେ, "୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରୁ ୩ ଜଣ ପ୍ଲାଷ୍ଟିକ ସର୍ଜରୀ ଏବଂ ୪ ଜଣ ଜେନେରାଲ ସର୍ଜରୀରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ଗୁରୁତର ଆହତ ଆଇସିୟୁରେ ଥିବାବେଳେ ଏମାନଙ୍କ ଶରୀରର ଶତ ପ୍ରତିଶତ ପୋଡିଯାଇଛି । ଗୁରୁତର ଅବସ୍ଥାରେ ଥିବା ଆହତଙ୍କ ଚିକିତ୍ସା ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ବିଶେଷଜ୍ଞ ଡାକ୍ତର କରୁଛନ୍ତି । ଅନ୍ୟ ଜଣେ ଆହତଙ୍କ ଶରୀର ୫୦ରୁ ୬୦ ପ୍ରତିଶତ ପୋଡି ଥିବାବେଳେ ଆଉ କେତେକ ଆହତଙ୍କ ଶରୀର ୩୦ରୁ ୪୦ ପ୍ରତିଶତ ଜଳିଯାଇଛି । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.