ମୈଦାନରେ ତୁଷାରକାନ୍ତି, ଟିକଟ ପାଇବା ପରେ କଲେ ଶକ୍ତି ପ୍ରଦର୍ଶନ - TusharKanti Behera Road Show - TUSHARKANTI BEHERA ROAD SHOW
🎬 Watch Now: Feature Video
Published : Apr 26, 2024, 1:57 PM IST
|Updated : Apr 26, 2024, 2:44 PM IST
ପୁରୀ: ୨୦୨୪ ନିର୍ବାଚନ ନେଇ ରାଜ୍ୟରେ ସରଗରମ ରାଜ୍ୟ ରାଜନୀତି । ୩ ପ୍ରମୁଖ ଦଳର ନେତା କର୍ମୀମାନେ ଭୋଟରଙ୍କୁ ମନାଇବାରେ ଲାଗିପଡିଥିବା ବେଳେ ପ୍ରଚାରରେ କମ୍ପୁଛି ମୈଦାନ । ଏହାରି ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପ୍ତମ ପର୍ଯ୍ୟାୟରେ କାକଟପୁର ବିଧାୟକ ପ୍ରାର୍ଥୀ ଘୋଷଣା କରିଥିଲେ । ଯେଉଁଥିରେ ସୁପ୍ରିମୋ ନବୀନ ପଟ୍ଟନାୟକ କାକଟପୁରରେ ପୁନଃବାର ମନ୍ତ୍ରୀ ବେହେରାଙ୍କ ନାମ ଘୋଷଣା କରିଥିଲେ । ଯାହା ପରେ କର୍ମୀ ମାନଙ୍କ ମହଲରେ ଏକ ପ୍ରକାର ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ତେବେ ମନ୍ତ୍ରୀ ବେହେରା କାକଟପୁରରେ ବିଶାଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ଗତକାଲି ସେ ଚାରିଛକରୁ ଏକ ବିଶାଳ ଶୋଭାଯାତ୍ରାରେ କାକଟପୁର ମାଆ ମଙ୍ଗଳାଙ୍କ ନିକଟରେ ପହଞ୍ଚି ଆଶୀର୍ବାଦ ଭି୭ା କରିଥିଲେ । ଏହା ପରେ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଏହି ସମୟରେ ସେ କାକଟପୁର ବାସିନ୍ଦାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ପ୍ରତିଶୃତି ଦେବା ସହ ତୃଣ ମୂଳ ସ୍ତରରେ ସବୁ ସ୍ତରର ଲୋକଙ୍କୁ ନେଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।
ସୂଚନା ଥାଉ କି, ଗତ ସାଧାରଣ ନିର୍ବାଚନରେ ଶ୍ରୀଯୁକ୍ତ ବେହେରା 92 ହଜାର ଭୋଟ ପାଇଥିଲାବେଳେ ଚଳିତ ନିର୍ବାଚନରେ ତାହା ଏକ ଲକ୍ଷ ଦୁଇ ହଜାର ଭୋଟ କରାଯିବ ଏବଂ 2019 ମସିହାରେ 46 ହଜାର ଭୋଟ ବ୍ୟବଧାନ ଚଳିତ ନିର୍ବାଚନରେ 56 ହଜାର ଭୋଟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ ନାୟକ । ବହୁ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ, ଚଳିତ ବର୍ଷ ଏକ ଲକ୍ଷରୁ ଉର୍ଦ୍ଧ ଭୋଟ ପାଇ ଜୟଯୁକ୍ତ ହେବେ ବୋଲି ବିଜେଡିର ବରିଷ୍ଠ ନେତା ମତାମତ ରଖିଛନ୍ତି ।
ରାଜ୍ୟ ସରକାରଙ୍କ କୃଷକ, ଛାତ୍ର, ଯୁବ ବିକାଶ, କାକଟପୁର ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ ପରିବହନ ପରିମଳ ବ୍ୟବସ୍ଥାରେ ଯେଉଁ ପରିବର୍ତ୍ତନ କରିଛନ୍ତି । ସେହି ପରିମାଣରେ ଲୋକ ମାନେ ବିଜୁଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ନିର୍ବାଚିତ କରାଇ ପୁନଃବାର ମୁଖ୍ୟମନ୍ତ୍ରୀ କରାଇବେ ବୋଲି କହିଛନ୍ତି ସାଂସଦ ପ୍ରାର୍ଥୀନୀ ଡା ରାଜଶ୍ରୀ ମଲ୍ଲିକ । ତେବେ ମିଳିମିଶି ସମସ୍ତେ କାମକରି ଦଳକୁ ଜିତାଇବାକୁ ଚେଷ୍ଟା କରିବୁ ବୋଲି ଆସ୍ଥା ପ୍ରକଟ କରିଛନ୍ତି ତୁଷାର।
ଏହା ମଧ୍ୟ ପଢନ୍ତୁ: ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଇଟିଭି ଭାରତ, ପୁରୀ