ନର୍ଲାରେ ଭୁଶୁଡୁଛି କଂଗ୍ରେସର ଦୁର୍ଗ, ବିଜେଡ଼ିରେ ମିଶିଲେ ଅନେକ ପୁରୁଖା କଂଗ୍ରେସ ନେତା - BJD Joining Program - BJD JOINING PROGRAM
🎬 Watch Now: Feature Video
Published : Apr 28, 2024, 6:52 PM IST
BJD JOINING PROGRAM: ଭବାନୀପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି କଳାହାଣ୍ଡି ରାଜନୀତିରେ ସେତିକି ଉଷ୍ମତା ବଢ଼ିବାରେ ଲାଗିଛି । ବିଶେଷ କରି ନର୍ଲା ନିର୍ବାଚନ ମଣ୍ଡଳୀ ଏବେ ଜିଲ୍ଲା ରାଜନୀତି ପାଇଁ ଏକ ଗୁରୁତ୍ବ ବହନ କରୁଛି । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ହେଲେ କଂଗ୍ରେସ ଶିବିରରେ ଏବେ କର୍ମୀଙ୍କ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି । ଆଜି ନର୍ଲା ନିର୍ବାଚନ ମଣ୍ଡଳୀର ଅନେକ ପୁରୁଖା ନେତା ବର୍ତ୍ତମାନର ସରପଞ୍ଚ ମାନେ ଦଳରୁ ଇସ୍ତଫା ଦେବା ସହିତ ବିଜେଡିରେ ଯୋଗ ଦେଇଛନ୍ତି । ଦଳ ଛାଡିବା ସହିତ ସେମାନେ ନିଜର ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି ।
କଂଗ୍ରେସର ପ୍ରାର୍ଥୀ ଘୋଷଣା ପରେ କିଛି କଂଗ୍ରେସ ନେତା ଦିଲ୍ଲୀ ଦରବାରରେ ଅଭିଯୋଗ କରିଛନ୍ତି ତ ଆଉ ଅନେକ ପୁରୁଖା ନେତା କଂଗ୍ରେସକୁ ବାଏ ବାଏ କହିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ତଥା ରାଜ୍ୟ ସରପଞ୍ଚ ସଂଘର ସଭାପତି ରୋମାଞ୍ଚ ସାହୁଙ୍କ ସମେତ ୩୨ ଜଣ ନିର୍ବାଚିତ ସରପଞ୍ଚ ଓ ବରିଷ୍ଠ କଂଗ୍ରେସ ନେତା ପର୍ଶୁରାମ ପାଢ଼ୀ, ବରିଷ୍ଟ କଂଗ୍ରେସ ନେତା ଦେବୀ ପ୍ରସାଦ ଶର୍ମାଙ୍କ ସମେତ ପ୍ରାୟ ୨୦୦ ସହ କଂଗ୍ରେସ ନେତା ଓ କର୍ମୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ ବରିଷ୍ଠ କଂଗ୍ରେସ ନେତା ତଥା ନର୍ଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ କର୍ମୀଙ୍କୁ ଗୁରୁତ୍ବ ଦେଉନଥିବା ବେଳେ ନିଜ ଓ ନିଜ ପରିବାର ଲୋକଙ୍କୁ କେବଳ ଟିକେଟ ଦେଇ ନିଜ ଫାଇଦା ଚିନ୍ତା କରୁଛନ୍ତି । ତୃଣମୂଳ ସ୍ତରରେ ଥିବା ଛାମୁଆ କର୍ମୀଙ୍କୁ ଅଣଦେଖା କରି ଦଳକୁ ନିଜ ଇଚ୍ଛାରେ ଚଳାଉଥିବା ନେଇ ଅନେକ କର୍ମୀ ଦଳରୁ ଇସ୍ତଫା ନେଇଛନ୍ତି । ଅନ୍ୟପଟେ ଇସ୍ତଫା ଦେଇଥିବା ସମସ୍ତ କଂଗ୍ରେସ କର୍ମୀ ଆଜି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଜୋରାଡୋବ୍ରା ଠାରେ ଅନୁଷ୍ଠିତ ବିଜେଡିର କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ନେତା ଭିକେପାଣ୍ଡିଆନ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ବାଗତ ଜଣାଇଛନ୍ତି। ଫଳରେ ଗୋଟିଏ ପଟେ କଂଗ୍ରେସର ଦୁର୍ଗ ଭୁଶୁଡ଼ିବାରେ ଲଗିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, କଳାହାଣ୍ଡି