thumbnail

By ETV Bharat Odisha Team

Published : Apr 2, 2024, 6:32 PM IST

ETV Bharat / Videos

ବୌଦ୍ଧ ଓ କଣ୍ଟାମାଳ ପାଇଁ ୩ ଦଳଙ୍କ ପ୍ରାର୍ଥୀତ୍ବ ସ୍ପଷ୍ଟ, କଡା ଟକ୍କର ହେବା ସମ୍ଭାବନା - ODISHA ASSEMBLY ELECTION 2024

Candidates For 2 Constituencies In Boudh: ବୌଦ୍ଧ: ରାଜ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିସାରିଛନ୍ତି ପ୍ରାର୍ଥୀ ତାଲିକା ଘୋଷଣା । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ କଡା ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି । ପ୍ରଥମେ ବିଜେଡି  କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ୨ ଥର ବିଧାୟକ ମହୀଧର ରଣା ଏବଂ  ବୌଦ୍ଧ ନିର୍ବାଚନ ମଣ୍ଡଳୀର ଟାଣୁଆ ବିଜେଡି ନେତା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । 

ଏହା ମଧ୍ୟ ପଢନ୍ତୁ ... 8 ଲୋକସଭା, 49 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ - Congress Candidates For Ls Poll

ସେହିପରି ଆଜି ବିଜେପି ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବରେ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ଦଳର ଜିଲ୍ଲା ସଭାପତି ନବ କୁମାର ମିଶ୍ର ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ଗତଥରର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କୁ ଦଳ ଟିକେଟ ଦେଇଛି । ଯାହାକୁ ନେଇ ତିନି ଦଳ ର ନେତା ଓ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.