ଅସହ୍ୟ ଗୁଳିଗୁଳି, ମତଦାନ କେନ୍ଦ୍ରରେ କମିଲେ ଭୁବନେଶ୍ବର ଭୋଟର - Voting In Bhubaneswar - VOTING IN BHUBANESWAR
🎬 Watch Now: Feature Video
Published : May 25, 2024, 6:16 PM IST
Voting In Bhubaneswar: ଭୁବନେଶ୍ବର: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଆଜି ହାଇପ୍ରୋଫାଇଲ ଭୁବନେଶ୍ବର ଲୋକସଭା ଆସନ ପାଇଁ ହେଉଛି ମତଦାନ । ଗତ ନିର୍ବାଚନରେ ଭୁବନେଶ୍ବରରେ ଭୋଟ ହାର କମିଥିବାରୁ ଏଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଓ ମତଦାନର ସଂଖ୍ୟା ବୃଦ୍ଧିକୁ ନେଇ ମଡେଲ ବୁଥ ସହ ପିଙ୍କ ବୁଥ ସ୍ଥାପନ କରାଯାଇଛି । ସେଲ୍ଫି ପଏଣ୍ଟ ଠାରୁ ଆରମ୍ଭ କରି ଟେଣ୍ଟ ତା ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ହୋଇଛି ।
ଏହା ମଧ୍ୟ ପଢନ୍ତୁ ... ଭୁବନେଶ୍ବରରେ ବଢ଼ିବ ଭୋଟ ହାର, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ: ପଞ୍ଚାନନ - Vote Percentage In Bhubaneswar
ଏହି ବ୍ୟବସ୍ଥା ସହ ଭୁବନେଶ୍ବର ଭୋଟ ଦେଉଥିବା ବେଳେ ଖରା ସହ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସକାଳ ଅପେକ୍ଷା ରାଜଧାନୀର ବିଭିନ୍ନ ମତଦାନ କେନ୍ଦ୍ରରେ କମିଛି ମତଦାନ ସଂଖ୍ୟା । ତଥାପି କିଛି ଲୋକ ମତଦାନର ମହତ୍ତ୍ବକୁ ବୁଝି ଆସୁଛନ୍ତି ଓ ଭୋଟ ଦେଇ ଖୁସି ଓ ଆଶ୍ବସ୍ତ ହୋଇ ଯାଉଛନ୍ତି । ତେବେ କିଭଳି ରହିଛି ଭୁବନେଶ୍ବରରେ ଥିବା ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ମତଦାନ ପ୍ରକ୍ରିୟା କିଭଳି ଚାଲିଛି ଆସନ୍ତୁ ନଜର ପକାଇବା ।
ଇଟିଭି ଭାରତ, ଭୁବନେଶ୍ବର