ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ, ବର୍ଷାରେ ଭିଜି ଅପରାଜିତାଙ୍କ ପଦଯାତ୍ରା

By ETV Bharat Odisha Team

Published : Mar 19, 2024, 7:58 PM IST

thumbnail

Jana Samparka Jatra of Aparajita Sarangi: ଖୋର୍ଦ୍ଧା: ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଆଉ ଏବେଠୁ ଆଶାୟୀମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରି ସାରିଲେଣି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେପି ଓ ବିଜେଡି ବିଧାୟକ ଆଶାୟୀ ମାନେ ସେମାନଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଥିବା ବେଳେ ଆଜି ପ୍ରବଳ ବର୍ଷାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓଦା ହୋଇ ଗାଁ ଦାଣ୍ଡରେ ବୁଲି ପଦଯାତ୍ରା କରିଛନ୍ତି । ବିଶେଷ କରି ଲୋକଙ୍କ ସହ ରହି କାମ କରିବାକୁ ପସନ୍ଦ କରୁଥିବା ଅପରାଜିତା ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଟାଙ୍ଗୀ ବ୍ଲକ ଉଜ୍ଜ୍ବଳା ଗୋପୀନାଥପୁର ଗ୍ରାମର ଜନ ସମ୍ପର୍କ ପଦଯାତ୍ରା କରିଛନ୍ତି ।  

ଏହା ବି ପଢନ୍ତୁ- ଜଗନ୍ନାଥପୁର ପଞ୍ଚାୟତରେ ସାଂସଦଙ୍କ ପଦଯାତ୍ରା, ନିର୍ବାଚନରେ 400 ଆସନ ବିଜୟ ନେଇ ଦୃଢେ଼ାକ୍ତି

ଏହି ପଦଯାତ୍ରା କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ବିଜେପି ନେତା କାଳୁ ଚରଣ ଖଣ୍ଡେଇତରାୟ ଓ ବହୁ ବିଜେପି କର୍ମକର୍ତ୍ତା ସାମିଲ ହୋଇଥିଲେ । କିନ୍ତୁ ପଦଯାତ୍ରା ଆରମ୍ଭ ହେବାର କିଛି ସମୟ ପରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପାଇଁ କାର୍ଯ୍ୟକ୍ରମ ବାତିଲ ନକରି ପ୍ରବଳ ବର୍ଷାରେ ଭିଜି ପଦଯାତ୍ରା କରି ଲୋକଙ୍କ ସହ ମିଶିଥିବା ଦେଖିବାକୁ ମିଳିଛି । ତେବେ ଅପରାଜିତା ଏଭଳି ପଦଯାତ୍ରାକୁ ସ୍ଥାନୀୟ ଲୋକ ମାନେ ବେସ ପସନ୍ଦ କରିଛନ୍ତି । ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ଏବେ ରାଜନୀତି ମଇଦାନରେ ଜଣେ ପୋଖତ ଖେଳାଳି ପାଲଟିଥିବା ବେଳେ କିପରି ବିରୋଧୀଙ୍କୁ ମାତ ଦେଇ ପୁଣି ଥରେ ସାଂସଦ ଭାବେ ପାର୍ଥି ହୋଇ ନିଜ ବିଜୟ ସୁନିଶ୍ଚିତ କରିବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.