thumbnail

By ETV Bharat Odisha Team

Published : Mar 26, 2024, 10:10 PM IST

ETV Bharat / Videos

ହୋଲି ଉତ୍ସବରେ ବ୍ରହ୍ମପୁର ସାଂସଦ ଓ ମେୟରଙ୍କ ନାଚରେ ଦୁଲୁକିଲା ମଞ୍ଚ - Holi Celebration In Berhampur

Holi Celebration In Berhampur ବ୍ରହ୍ମପୁର: ସାତ ରଙ୍ଗରେ ରଙ୍ଗେଇ ହେବା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି ହୋଲି ପର୍ବକୁ । ହୋଲି ଅବସରରେ ଚଳିତ ବର୍ଷ ସବୁଠି ଧୁମଧାମରେ ପାଳିତ ହୋଇଛି ରଙ୍ଗର ପର୍ବ ହୋଲି । ଆଉ ଏଭଳି ସମୟରେ ବ୍ରହ୍ମପୁର ସହରରେ ବିଭିନ୍ନ ନିର୍ବାଚିତ ପ୍ରତିନିଧିମାନଙ୍କ ହୋଲି ଖେଳ ଆକର୍ଷଣ କେନ୍ଦ୍ରବିନ୍ଦୁ ରହିଥିଲା । ହୋଲି ସମୟରେ ବ୍ରହ୍ମପୁର ସହରରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ହୋଲି ଉତ୍ସବରେ ମୁଖ୍ୟ ଆକର୍ଷଣ ରହିଥିଲା ବ୍ରହ୍ମପୁର ସାଂସଦ, ମେୟର ଓ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଦଳୀୟ କର୍ମୀଙ୍କ ମଞ୍ଚରେ ନୃତ୍ୟ ପରିବେଷଣ । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ଏପରି ନିର୍ବାଚିତ ପ୍ରତିନିଧିଙ୍କ ନୃତ୍ୟ ପରିବେଷଣ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଚରେ ଗୋଟିଏ ପରେ ଗୋଟିଏ ସଙ୍ଗୀତର ତାଳେ ତାଳେ ଏପରି ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜଧାନୀବାସୀ, ହର୍ବାଲ ହୋଲି ସାଙ୍ଗକୁ ନାଚଗୀତର ଆସର - Holi 2024

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.