ବାରବାଟୀରେ ଭାରତ-ଇଂଲଣ୍ଡ ମୁକାବିଲା, ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ: ଓସିଏ ସମ୍ପାଦକ - Barabati Stadium To host Match

By ETV Bharat Odisha Team

Published : Jun 22, 2024, 12:57 PM IST

thumbnail
BARABATI STADIUM (ETV BHARAT ODISHA)

କଟକ: ବାରବାଟୀକୁ ଫେରିଛି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ । ଆସନ୍ତାବର୍ଷ ଫ୍ରେବୁଆରୀ 9 ତାରିଖରେ ଭାରତ ବନାମ ଇଂଲଣ୍ଡ ଦିନିକିଆ ମ୍ୟାଚ ଖେଳାୟିବ । OCA ପକ୍ଷରୁ ବାରବାଟୀକୁ ଭେନ୍ୟୁ କରାଯିବା ନେଇ ସ୍ପଷ୍ଟ କରାଯାଇଛି । ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ରହିଛି ଏବଂ ଅନୁସଙ୍ଗିକ କାର୍ଯ୍ୟ ଆଗାମୀ ଦୁଇ ମାସ ମଧ୍ୟରେ ଶେଷ କରି ଦିଆଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏହି ମ୍ୟାଚ ଆୟୋଜନ ନେଇ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ବାରବାଟୀ ଷ୍ଟାଡିୟମର ନବନିର୍ମାଣ ପାଇଁ ଲଣ୍ଡନ ସ୍ଥିତ ଏକ କମ୍ପାନୀକୁ ଡିଆରପି ପ୍ରସ୍ତୁତ ପାଇଁ ଦାୟିତ୍ୱ ଦିଆଯାଇଛି । ଆଗାମୀ ତିନି ମାସ ମଧ୍ୟରେ ଡିଆରପି ପ୍ରସ୍ତୁତ ହେବା ପରେ ଏହାକୁ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପିତ କରାଯିବ । କିନ୍ତୁ ଷ୍ଟାଡିଅମର ନବୀକରଣ ସହିତ ଆଗାମୀ ମ୍ୟାଚ ଆୟୋଜନର କୌଣସି ସମ୍ପର୍କ ନ ଥିବା କହିଛନ୍ତି ସମ୍ପାଦକ । ତେବେ ବାରବାଟୀରେ ଶେଷ ଏକଦିବସୀୟ 2019 ଡିସେମ୍ବର 22 ରେ ୱେଷ୍ଟେ ଇଣ୍ଡିଜ ବିପକ୍ଷରେ ଖେଳାଜିଥିଲା ବେଳେ ଶେଷ ଟି20 ମ୍ୟାଚ 2022 ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିଲା ।  5ବର୍ଷ ପରେ ବାରବାଟୀରେ ଏକଦିବସୀୟ ମ୍ୟାଚ ଖେଳାଯିବ ଯାହାର ମଜା ଭରପୁର ଉଠାଇବେ ଦର୍ଶକ ଓ ଫ୍ୟାନ୍ସ । 
ଏହା ମଧ୍ୟ ପଢନ୍ତୁ-ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ଫେବୃଆରୀରେ ଭାରତ-ଇଂଲଣ୍ଡ ମୁକାବିଲା - Barabati Stadium To host Match
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.