ବ୍ରହ୍ମପୁର ସହରରେ ପାରମ୍ପରିକ ରୀତିନୀତିରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ - Rath Yatra 2024

By ETV Bharat Odisha Team

Published : Jul 7, 2024, 10:26 PM IST

thumbnail
Rath Yatra 2024 (ETV Bharat Odisha)

 Rath Yatra 2024: ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ପାରମ୍ପରିକ ରୀତିନୀତିରେ ବିଭିନ୍ନ ସ୍ଥାନରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା । ଆଜି ଦିନ ତମାମ ବର୍ଷା ସତ୍ତ୍ବେ ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ସକାଳୁ ସମୟରୁ ଶ୍ରୀଜିଉ ମାନଙ୍କୁ ପୁଜାର୍ଚ୍ଚନା କରାଯିବା ପରେ ଗୋଟି ପହଣ୍ଡିରେ ରଥକୁ ଅଣାଯିବା ପରେ ଛେରା ପହରା ନୀତି ଅପରାହ୍ନ ସାଢେ ୪ଟା ରେ ରଥଟଣା ଆରମ୍ଭ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁରର ନବନିର୍ବାଚିତ ବିଧାୟକ କେ. ଅନିଲ କୁମାର , ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତିରେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିରରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ, ତାପରେ ମା ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ଟଣା ଯାଇ ନିର୍ଦ୍ଧାରିତ ସମୟରେ ସମସ୍ତ ତିନୋଟି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ସେପଟେ ବ୍ରହ୍ମପୁର ସହରରେ ଗୋଷାଣିନୂଆଗାଁ ଏବଂ କୋର୍ଟପେଟାରେ ମା ସୁଭଦ୍ରାଙ୍କ ରଥଙ୍କୁ ମହିଳା ମାନେ ଟାଣୁଥିବା ବେଳେ ଗୋଷାଣିନୂଆଗାଁରେ ୨୫ ବର୍ଷରେ ପହଞ୍ଚିଛି ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିବା ।  

ଏହା ମଧ୍ୟ ପଢନ୍ତୁ... ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନବଯୌବନ ଦର୍ଶନ, ପରମ୍ପରା ବଦଳାଇ ରାଜା କରିବେ ଛେରାପହଁରା - Rath Yatra In Baripada

ସେହିପରି ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ରଥଯାତ୍ରା ସମେତ କୋର୍ଟପେଟା, ବିଜିପୁରୁ, ସାନବଜାର, ଖୋଡାସିଙ୍ଗି ଭଳି ସହରର ପ୍ରମୁଖ ଜଗନ୍ନାଥମନ୍ଦିରରେ ପାରମ୍ପାରିକ ରୀତୀନୀତିରେ ଆୟୋଜିତ ହୋଇଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା । ସେପଟେ ଯାତ୍ରାକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ମନ୍ଦିର କମିଟି, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ରଥ ଯାତ୍ରା ସମୟରେ ଅଧିକ ସୂଚନା ଦେଇଛନ୍ତି ଇଟିଭି ଭାରତର ସମ୍ବାଦଦାତା ।  

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.