ଭଗବତୀ ଓ ରାମଚଣ୍ଡୀ ପୀଠରେ ଅର୍କଶ୍ରୀ ପକ୍ଷରୁ ରଜ ଉତ୍ସବ, ୨୪ ବର୍ଷ ଧରି ବଞ୍ଚାଇ ରଖିଛନ୍ତି ପରମ୍ପରା - Raja Festival Celebration

By ETV Bharat Odisha Team

Published : Jun 15, 2024, 9:47 PM IST

thumbnail
Raja Festival Celebration (ETV Bharat Odisha)

Raja Festival Celebration: ନିମାପଡା: ଓଡିଆ ମାନଙ୍କର ପର୍ବ ହେଉଛି ରଜପର୍ବ । ଆଧୁନିକତାର ପ୍ରବହମାନ ଧାରାରେ ରଜ ମଉଜ ଓ ପରମ୍ପରାରେ କିଛିଟା ଫିକା ପଡିଛି ସତ କିନ୍ତୁ ୨୪ ବର୍ଷଧରି ଅର୍କଶ୍ରୀ ସଙ୍ଗଠନ ଓ ପ୍ରଥମ ଥର ନବଗୁଞ୍ଜ ୟୁନିଭର୍ସଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେଉଛି ରଜ ଉତ୍ସବ । ଓଡିଆଙ୍କ ଗଣପର୍ବ ରଜ, ଗାଁ ଗହଳିରେ ରଜ ଆଜିକାଲି ଲୁଚିବାକୁ ବସିଲା ବେଳେ ଆଜକୁ ୨୪ ବର୍ଷ ହେବ ଅର୍କଶ୍ରୀ ସଙ୍ଗଠନ ଓ ପ୍ରଥମ ଥର ନବଗୁଞ୍ଜ ୟୁନିଭର୍ସଲ ଟ୍ରଷ୍ଟ,ପୁରୀ ପକ୍ଷରୁ ଆୟୋଜିତ ହୋଇଯାଇଛି ରଜ ଉତ୍ସବ।  

ମା ଭଗବତୀ ପୀଠରେ ଗତ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ରଜ ପର୍ବ । ହସ୍ତଶିଳ୍ପ ବ୍ୟବସାୟ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀମାନେ ମା ଭଗବତୀ ପୀଠରେ ଭଲ ବ୍ୟବସାୟ କରି ଦି ପଇସା ରୋଜଗାର କରୁଥିବା ବେଳେ କୁମାରୀ ଓ ନବବଧୂ ମାନେ ଏହି ଚାରିଦିନ ବହୁତ ଧୁମଧାମରେ ପାଳିଥାଆନ୍ତି ରଜପର୍ବ । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କୁମାରୀ ଠାରୁ ଆରମ୍ଭ କରି ମହିଳା ମାନଙ୍କର ଭିଡ ଫଳରେ ଚଳ ଚଞ୍ଚଳ ହୋଇଛି ଦୁଇ ମାଙ୍କ ପୀଠ । 

ଏହି କୃଷି ଭିତ୍ତିକ ପର୍ବ ୪ ଦିନ ପାଳନ କରାଯାଇଥାଏ । ଆଜିକାଲି ରଜପର୍ବ ଗାଁଠୁ ସହର ଲୁଚିବାକୁ ବସିଥିବା ବେଳେ ସମସ୍ତ କୁମାରୀ ଓ ନବବଧୂ ମାନେ ଓଡିଆଣୀ ପିଠାପଣା ଆଉ ଖାଉନାହାଁନ୍ତି କି ଘରେ ଘରେ ଆଉ ତିଆରି କରୁନାହାଁନ୍ତି । କୋଣାର୍କର ସ୍ବେଚ୍ଛାସେବୀ ସଙ୍ଗଠନ ଅର୍କଶ୍ରୀ 1998 ରେ କୋଣାର୍କ ଭଗବତୀ ପୀଠରେ ରଜ ପର୍ବ ଆରମ୍ଭ କରି ଲୁଚି ଯାଉଥିବା ପଲ୍ଲୀ ନୃତ୍ୟ, ହୁଳହୁଳି, କାନ୍ଦଣା, ଶଙ୍ଖ ଫୁଙ୍କିବା,ଝୋଟି ଚିତା ,ତାସ୍‌ ଲୁଡୁ ଖେଳ କରିବା ସହ କବାଡି, ତାସ୍, ଲୁଡୁ ଖେଳର ଆୟୋଜନ କରି ଏସବୁ ଉଦ୍‌ଜୀବିତ କରି ରଖିବାକୁ ପ୍ରୟାସ କରିଥିଲେ । ସେହି ଦିନ ଠାରୁ ବରଗଛ ଡାଳରେ ଡୋଳି ଲଗାଇ ମନେପକାଇ ଦେଇଥିଲେ ଓଡିଶାର ପରମ୍ପରାର ରଜକୁ ।  

ଏହା ମଧ୍ୟ ପଢନ୍ତୁ ... ବରଷକେ ଥରେ ଆସିଛି ରଜ, ମିଶନ ଆଶ୍ରାରେ ଆଡମ୍ବର ସହିତ ହେଲା ପର୍ବ ପାଳନ - Raja Celebrations in Mission Ashra

ଏହି ୪ଦିନ କୂଆରୀ ଝିଅମାନଙ୍କର ଗହଳି ଲାଗିଥିବା ବେଳେ ରଜ ପାନ, ପୋଡପିଠା, ନଡିଆ ବାଡିଆ, କବାଡି, ଝୋଟି, ହୁଳହୁଳି ,କାନ୍ଦଣା ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା କୁମାରୀ ଓ ନବବଧୁ ମାନଙ୍କୁ। ଝିଅମାନେ ୪ ଦିନ ନୂଆ ନୂଆ ଜାମା ପିନ୍ଧିବା ସହ ହାତରେ ମେହେନ୍ଦୀ, ପାଦରେ ଅଳତା, ମଥାରେ ଚିତାରେ ମାତି ରଜପାନ ଖାଇ ମା ଭଗବତୀଙ୍କୁ ଦର୍ଶନ କରିବା ବେଳେ ମୀନା ବଜାରରୁ ଜିନିଷପତ୍ର କିଣି ରଜର ମଜା ଉଠାଇଥିଲେ । କୋଣାର୍କ ମା ଭଗବତୀ ଓ ରାମଚଣ୍ଡୀ ପୀଠରେ ସେଚ୍ଛାସେବୀ ସଙ୍ଗଠନ ଅର୍କଶ୍ରୀ ଓ ନବଗୁଞ୍ଜ ୟୁନିଭର୍ସଲ ଟ୍ରଷ୍ଟ ପ୍ରତିଷ୍ଠାନ ମିଳିତ ଭାବେ ଚଳିତ ବର୍ଷ ୪ଦିନ ସକାଳୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ କରାଯାଇ କୁମାରୀ ମାନଙ୍କ ମନକୁ ବାନ୍ଧି ରଖିବା ସହ ସାହିତ୍ୟ ଆସର, ବୃକ୍ଷ ରୋପଣ କରି ପରିବେଶ ପ୍ରଦୂଷଣରୁ କିପରି ରକ୍ଷା କରିବା ସେଥିପାଇଁ ସଚେତନା ବାର୍ତ୍ତା ଶିକ୍ଷା ଦିଆଯାଇଥିଲା । ଆଜକୁ 25 ବର୍ଷରେ ପାଦଦେଇଛି ଭଗବତୀ ପୀଠରେ ରଜପର୍ବ । ଏହା ଏବେ ଗଣପର୍ବରେ ପହଞ୍ଚି ଗଲାଣି । କୁମାରୀ ମାନେ ବିଭିନ୍ନ ପ୍ରକାର ପିଠା,ପାନ ଖାଇ ଦୋଳି ଖେଳରେ ମଜା ଉଠାଉଛନ୍ତି। 

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.