ଏମିତି ବି ଆସେ ମୃତ୍ୟୁ ! ମଞ୍ଚରେ ସକୁନି ଭୂମିକାରେ ଅଭିନୟ ବେଳେ ଟଳିପଡିଲେ - ARTIST DIES ON STAGE
🎬 Watch Now: Feature Video
Published : May 4, 2024, 3:08 PM IST
ବେଙ୍ଗାଲୁରୁ: ଏମିତି ମଧ୍ୟ ଆସିପାରେ ମୃତ୍ୟୁ । ମଞ୍ଚରେ ଅଭିନୟ କରୁଥିଲେ । ଦର୍ଶକ ମଧ୍ୟ ମନ୍ତ୍ରମୁଗ୍ଧ ହୋଇ ତାଳି ମାରୁଥିଲେ । ହେଲେ କେହି କିଛି ବୁଝିବା ଆଗରୁ ଟଳି ପଡିଲେ ଅଭିନେତା । ଦର୍ଶକ ମଧ୍ୟ ସ୍ତବ୍ଧ । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ୟେଲାହାଙ୍କା ନିକଟ ସତନୁର ଗାଁ ନିକଟରେ । ମୃତ କଳାକାର ହେଉଛନ୍ତି ଦେବାନାହାଲ୍ଲି ଅନ୍ତର୍ଗତ ଅରଦେଶାହାଲ୍ଲିର ଏନ୍ ମୁନିକେମ୍ପାନ୍ନା ।
ଖବର ଅନୁସାରେ ଶୁକ୍ରବାର ରାତିରେ ୟେଲାହାଙ୍କାର ସତନୁର ଗାଁ ନିକଟରେ କୁରୁକ୍ଷେତ୍ର ନାଟକ ଅନୁଷ୍ଠିତ ହୋଇଥିଲା । ଏଥିରେ ସକୁନି ଭୂମିକାରେ ଅଭିନୟ କରୁଥିଲେ ଏନ୍ ମୁନିକେମ୍ପାନ୍ନା । ରାତି ପ୍ରାୟ 1.30 ସମୟରେ ସେ ଷ୍ଟେଜ୍ରେ ଅଭିନୟ କରୁଥିବାବେଳେ ହଠାତ ତଳେ ଟଳି ପଡ଼ିଥିଲେ । ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ତେବେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୁନିକେମ୍ପାନ୍ନା ଏକାଧାରରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକ, ଲେଖକ ଓ କଳାକାର ଥିଲେ । 28ତମ କନ୍ନଡ଼ ସାହିତ୍ୟ ସମ୍ମିଳନୀ, ଦେବାନାହାଲ୍ଲିର ସେ ସଭାପତି ମଧ୍ୟ ରହିଥିଲେ । ପରିବାରରେ ତାଙ୍କ ପତ୍ନୀଙ୍କ ସମେତ ଦୁଇ ପୁଅ ରହିଛନ୍ତି । ମୁନିକେମ୍ପାନ୍ନାଙ୍କ ଅକାଳ ବିୟୋଗରେ ପରିବାର ଭାଙ୍ଗି ପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ..ଗୀତ ବୋଲୁଥିଲେ ଟଳି ପଡିଲେ କବି, ଦେଖନ୍ତୁ ଦୃଶ୍ୟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ